ଭୁବନେଶ୍ବର: ଆସନ୍ତା 23 ତାରିଖରେ ପ୍ରକାଶ ପାଇବ ଶିକ୍ଷକ ପଦବୀର ବିଜ୍ଞପ୍ତି। ଏନେଇ ବିଭିନ୍ନ ବିଷୟର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶ ପାଇବ ପଦବୀ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ 11,450 ଗୋଟି ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଅଛି। ଏଥି ନିମନ୍ତେ ନିମ୍ନୋକ୍ତ ମତେ ବ୍ୟବସ୍ଥା କରାଯାଉଅଛି ।
ଖୁବଶୀଘ୍ର ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ - ଶିକ୍ଷକ ପଦବୀ
ଆସନ୍ତା 23 ତାରିଖରେ ପ୍ରକାଶ ପାଇବ ଶିକ୍ଷକ ପଦବୀର ବିଜ୍ଞପ୍ତି। କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଅଧିକ ପଢନ୍ତୁ...
ଅଗଷ୍ଟ 23ରେ ପ୍ରକାଶ ପାଇବ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି
ପ୍ରଥମ ପର୍ଯ୍ୟାୟରେ 4619 ଗୋଟି ଶିକ୍ଷକ ପଦବୀ ଯେଉଁଥିରେ କି 2055 ହିନ୍ଦୀ, 1304 ସଂସ୍କୃତ ଏବଂ 1260 ପିଇଟି ପଦବୀ ପୂରଣ ହେବା ପାଇଁ 23 ଅଗଷ୍ଟ ରେ ବିଜ୍ଞପ୍ତି ପ୍ରକାଶିତ ହେବ । ଦ୍ବିତୀୟ ପର୍ଯ୍ୟାୟରେ 6065 ଟି ଜି ଟି ଏବଂ ତେଲୁଗୁ । ତୃତୀୟ ପର୍ଯ୍ୟାୟରେ 940 ଗୋଟି ନୂତନ ସୃଷ୍ଟି ହୋଇଥିବା ଟି ଜି ଟି, କ୍ଲାସିକାଲ ଏବଂ ହିନ୍ଦି ଶିକ୍ଷକ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ