ଓଡିଶା

odisha

ETV Bharat / city

ଖୋଲିବ ନାହିଁ ରତ୍ନଭଣ୍ଡାର, ଯାଞ୍ଚ ହେବନି ଅଳଙ୍କାର - puri temple

ରତ୍ନଭଣ୍ଡାରରେ ଥିବା ସମସ୍ତ ସୁନା, ରୂପା ଓ ମୁଲ୍ୟବାନ ଅଳଙ୍କାର ସୁରକ୍ଷିତ ରହିଛି । ତେଣୁ ଯାଞ୍ଚ ପାଇଁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ ବୋଲି ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ratnabhandar
ଫାଇଲ ଫଟୋ

By

Published : Nov 26, 2019, 2:33 PM IST

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଯାଞ୍ଚ ସହିତ ସମସ୍ତ ଅଳଙ୍କାରର ତାଲିକା ସାର୍ବଜନୀନ କରାଯିବ ନାହିଁ । ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରର ଶେଷଥର ପାଇଁ 14।7।1985ରେ ଖୋଲା ଯାଇଥିଲା । ଏହି ସମୟରେ 454ଟି ସୁନା ଅଳଙ୍କାର ସହିତ 236ଟି ରୂପ ଅଳଙ୍କାର ରହିଥିବା ନେଇ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଲିଖିତ ଉତ୍ତର ଦେଇଛନ୍ତି ମନ୍ତ୍ରୀ ।

ଖୋଲିବ ନାହିଁ ରତ୍ନ ଭଣ୍ଡାର, ଯାଞ୍ଚ ହେବନି ଅଳଙ୍କାର

କଂଗ୍ରେସ ବିଧାୟକ ସୁରେଶ ରାୟତରାୟ ଓ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ସୁରକ୍ଷିତ ରହିଛି ତେଣୁ ଅଡ଼ିଟ ପାଇଁ ସରକାରଙ୍କ ପ୍ରସ୍ତାବ ନାହିଁ ବୋଲି ଉତ୍ତର ଦେଇଛନ୍ତି ମନ୍ତ୍ରୀ ।

ରତ୍ନ ଭଣ୍ଡାର ଖୋଲିବ ପାଇଁ ସରକାରଙ୍କ ଦମ ନାହିଁ । ଖୋଲିଲେ ସବୁ ଧରା ପଡିଯିବ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ସେପଟେ ଚତୁରତାର ସହ ସରକାର ଏହାକୁ ଏଡେଇ ଦେଇଛନ୍ତି । କାଲି ବିଧାନସଭାରେ ଏ କଥା ଉଠେଇବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details