ଓଡିଶା

odisha

By

Published : Aug 10, 2019, 10:19 PM IST

ETV Bharat / city

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, 11ରୁ ଭିଜିବ ଉତ୍ତର ଓଡିଶା !

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଫଳରେ ଆସନ୍ତା 11ରୁ ଉତ୍ତର ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ଆଗାମୀ 30 ଘଣ୍ଟା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରୁ ଯିବା ପାଇଁ ବାରଣ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଦାନା ବନ୍ଧୁଛି ଆଉ ଏକ ଲଘୁଚାପ । ଏହି ଲଘୁଚାପ ଫଳରେ ଆସନ୍ତା 11ରୁ ରାଜ୍ୟରେ ପୁଣି ବର୍ଷା ହୋଇପାରେ ବୋଲି ପାଣିପାଗ କାର୍ଯ୍ୟାଳୟରୁ ପ୍ରକାଶ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଲଘୁଚାପ ଫଳରେ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ରାଜ୍ୟରେ ପାଗ କୋହଲା ରହିଛି । ଏପଟେ ସମୁଦ୍ରରେ ଉଚ୍ଚ ଢେଉ ଆସିବାର ସମ୍ଭାବନା ରହିଥିବାରୁ ଆଗାମୀ 30 ଘଣ୍ଟା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରୁ ଯିବା ପାଇଁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details