ଓଡିଶା

odisha

By

Published : Mar 23, 2021, 7:19 AM IST

ETV Bharat / city

ଉତ୍ତର ଓଡ଼ିଶା ଶିଳ୍ପ ଅଭିବୃଦ୍ଧିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା

ଉତ୍ତର ଓଡ଼ିଶା ଶିଳ୍ପ ଅଭିବୃଦ୍ଧିର ସମୀକ୍ଷା ବୈଠକ । ଯୋଗ ଦେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ । ଶିଳ୍ପକୁ ନେଇ ଉତ୍ତର ଓଡ଼ିଶାରେ ଦେଖା ଦେଇଥିବା ସମସ୍ୟା, ଭିଭିଭୂମି ବିକାଶ, ବୃହତ୍ ଶିଳ୍ପ ପ୍ରତିଷ୍ଠାନ, ବାଲେଶ୍ବରରେ ଅର୍ଥନୈତିକ କାର୍ଯ୍ୟକ୍ରମ ସମସ୍ତ ବିଷୟରେ ଆଲୋଚନା ହେବ । ଅଧିକ ପଢନ୍ତୁ...

North odisha industy development review meeting
ଉତ୍ତର ଓଡ଼ିଶା ଶିଳ୍ପ ଅଭିବୃଦ୍ଧିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା

ଭୁବନେଶ୍ବର: ଆଜି ଦିନିକିଆ ବାଲେଶ୍ବର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ । ବାଲେଶ୍ଵର ସ୍ଥିତ ନୋସି ବିଜିନେସ୍ ପାର୍କରେ ଉତ୍ତର ଓଡିଶାର ତିନୋଟି ଜିଲ୍ଲାର ଶିଳ୍ପ ଅଭିବୃଦ୍ଧି, ସମସ୍ୟା ଓ ତା’ର ପ୍ରତିକାର ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ।

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଉତ୍ତର ଓଡ଼ିଶା ଶିଳ୍ପ ଅଭିବୃଦ୍ଧି ସମୀକ୍ଷା ବୈଠକ। ଏହି ବୈଠକରେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ । ଶିଳ୍ପକୁ ନେଇ ଉତ୍ତର ଓଡ଼ିଶାରେ ଦେଖା ଦେଇଥିବା ସମସ୍ୟା, ଭିଭିଭୂମି ବିକାଶ, ବୃହତ୍ ଶିଳ୍ପ ପ୍ରତିଷ୍ଠାନ, ବାଲେଶ୍ବରରେ ଅର୍ଥନୈତିକ କାର୍ଯ୍ୟକ୍ରମ, ବ୍ୟାଙ୍କ ଲିକେଜ୍, କ୍ଲଷ୍ଟର ଆଭିମୁଖ୍ୟ ନେଇ ଶିଳ୍ପପୁଞ୍ଜର ବିକାଶ, ଶିଳ୍ପାଞ୍ଚଳରେ ବିଦ୍ୟୁତ ଯୋଗାଣ, ଜଳଯୋଗାଣ, ଯୋଗାଯୋଗ ସୁବିଧା ବାବଦରେ ବିଶଦ ଭାବେ ଆଲୋଚନା ହେବ । ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡ଼ିକ ଉପରେ ଏହି ବୈଠକରେ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ । ବାଲେଶ୍ବରରେ ଇଡ଼କୋ ଏବଂ ବାଲେଶ୍ବର ଆଲଏଜ୍ ମଧ୍ୟରେ ରହିଥିବା ଜମି ବିବାଦର ସମାଧାନ ଏବଂ ଇପିକଲର ଇଥାନଲ ପ୍ରକଳ୍ପ ପ୍ରତିଷ୍ଠା ନେଇ ଆଲୋଚନା ହେବ । ଏଥି ସହିତ ୩୩ / ୧୧ କେଭି ସବଷ୍ଟେସନ୍, ଟୁଲ ରୁମ, ରେଲୱେ ସାଇଡିଂ, ବାଇପାସ୍ ରୋଜ ଓ ନୋସି ବିଜିନେସ୍ ପାର୍କରେ ଥିବା ସମସ୍ତ ଭିତ୍ତିଭୂମି ପରିଦର୍ଶନ କରିବେ ଅସିତ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ଏସ୍ଏମ୍ଇ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଦକ୍ଷତା ବିକାଶ ସଚିବ ସଂଜୟ ସିଂ, ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ନୀତିନ ଭାନୁଦାସ ଜାୱାଲେ, ଶିଳ୍ପ ନିର୍ଦ୍ଦେଶକ ସାଦିକ୍ ଆଲାମ୍, ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ନୋସୀର ଅଧ୍ୟକ୍ଷ ଏସ୍.କେ. ସୈତାନ,ସି.ପି. ଭାଟିଆ ପ୍ରମୁଖ ଶିଳ୍ପ ବିଷୟରେ ତାଙ୍କର ତଥ୍ୟ ଉପସ୍ଥାପନ କରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details