ଭୁବନେଶ୍ବର: ଆଜିଠୁ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ବର ବିଏମସି କାର୍ଯ୍ୟାଳୟ ସମେତ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ପ୍ରତ୍ୟେକ ୱାର୍ଡରେ ବିଜ୍ଞପ୍ତି ଜାରି ହୋଇଛି।
ମହାନଗର ନିଗମ ନିର୍ବାଚନରେ ମେୟର, ଡେପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ଆଜିଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ଦିନ ୧୧ ଟାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରି ପାରିବେ ପ୍ରାର୍ଥୀ । ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହୋଇ ୧୦ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ସମୟ ୧୪ ତାରିଖ ଦିନ ୩ଟା ଯାଏ ରହିଛି । ଚୂଡାନ୍ତ ପ୍ରାର୍ଥୀ ତାଲିକା ୧୪ ତାରିଖ ଅପରାହ୍ନ ୫ ଟାରେ ବାହାରିବା ପରେ ୨୪ ତାରିଖ ସକାଳ ୮ ଠାରୁ ଅପରାହ୍ନ ୫ଟା ଯାଏଁ ମତଦାନ ହେବ ।
ଏହାପରେ ୨୬ ତାରିଖ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇ ଶେଷରେ ଫଳାଫଳ ପ୍ରକାଶ ପାଇବ । ଏବଂ ୨୯ ତାରିଖରେ ନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ନାମ ଘୋଷଣା ହେବ ।ମାର୍ଚ୍ଚ ୩୧ ତାରିଖରେ ଡେପୁଟି ମେୟର ନିର୍ବାଚନ ପାଇଁ ମେୟରଙ୍କ ଦ୍ବାରା ବୈଠକ କରାଯିବ । ସେପଟେ ଏପ୍ରିଲ ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ । ନିର୍ବାଚନ ପାଇଁ ଆଚରଣ ବିଧି ଗତ ୨୫ ତାରିଖରୁ ଲାଗୁ ହୋଇ ସାରିଥିବା ବେଳେ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।