ଭୁବନେଶ୍ବର: ରାଜ୍ୟର ଖାଲିପଡିଥିବା 4 ଟି ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାନଙ୍କ ଦାଖଲ କରିଛନ୍ତି ଶାସକ ବିଜେଡିର 4 ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର, ଓ ମମତା ମହନ୍ତ ନିଜର ନାମାଙ୍କନ ପତ୍ର ବିଧାନସଭା ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀଙ୍କ ନିକଟରେ ଦାଖଲ କରିଛନ୍ତି ।
ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ; ବିଜେପି ଲଢିବ ନାହିଁ ନିର୍ବାଚନ - ସୁଜିତ କୁମାର
11:18 March 11
ଭୁବନେଶ୍ବର: ରାଜ୍ୟର ଖାଲିପଡିଥିବା 4 ଟି ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାନଙ୍କ ଦାଖଲ କରିଛନ୍ତି ଶାସକ ବିଜେଡିର 4 ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର, ଓ ମମତା ମହନ୍ତ ନିଜର ନାମାଙ୍କନ ପତ୍ର ବିଧାନସଭା ରିଟର୍ଣ୍ଣିଂ ଅଫିସର ଦାଶରଥୀ ଶତପଥୀଙ୍କ ନିକଟରେ ଦାଖଲ କରିଛନ୍ତି ।
ହେବାକୁ ଥିବା 4ଟି ଆସନରେ ନିର୍ବାଚନରେ ସଂଖ୍ୟା ଦୃଷ୍ଟିରୁ ବିଜେଡିର 3 ଜଣ ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ । ଚତୁର୍ଥ ଆସନ ପାଇଁ ଲାଗି ରହିଥିଲା ଆଶା ଆଶଙ୍କା । ତେବେ ଆଜି (ବୁଧବାର) ବିଜେପି ରାଜ୍ୟସଭା ନିର୍ବାଚନ ଲଢିବ ନାହିଁ ବୋଲି ଘୋଷଣା କରିବାପରେ ଏବେ ବର୍ତ୍ତମାନ ବିଜେଡିର 4 ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି ।
ସୂଚନାଯୋଗ୍ୟ 4 ଟି ରାଜ୍ୟସଭା ନିର୍ବାଚନ ପାଇଁ 6 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା 13 ତାରିଖ ନାମାଙ୍କନ ଦାଖଲ ଶେଷ ଦିନ ଥିବାବେଳେ 17 ରେ ଯାଞ୍ଚ ଓ 18 ତାରିଖରେ ପ୍ରାର୍ଥୀ ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ମାର୍ଚ୍ଚ 26ରେ ଆବଶ୍ୟକ ହେଲେ ନିର୍ବାଚନ ହେବ । ମାର୍ଚ୍ଚ 30 ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ