ଓଡିଶା

odisha

ETV Bharat / city

କଡାକଡି ହେବ ଜିରୋ ନାଇଟ ଚେକିଂ - Eve In Bhubaneswar

ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା। ନୂଆ ବର୍ଷରେ ବିଏମସି ପକ୍ଷରୁ ମଉଜ ମସ୍ତି ନେଇ ଜାରି ହୋଇଛି କଟକଣା । ଅଧିକ ପଢନ୍ତୁ...

No Zero Night Celebration On New Year's Eve In Bhubaneswar, says BMC Commissioner
କଡାକଡି ହେବ ଜିରୋ ନାଇଟ ଚେକିଂ

By

Published : Dec 31, 2020, 8:03 PM IST

Updated : Dec 31, 2020, 8:36 PM IST

ଭୁବନେଶ୍ୱର: ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା। ନୂଆ ବର୍ଷରେ ବିଏମସି ପକ୍ଷରୁ ମଉଜ ମସ୍ତି ନେଇ ଜାରି ହୋଇଛି କଟକଣା । ଜାନୁଆରୀ ମାସରେ ମଧ୍ୟ ପୂର୍ବପରି ସରକାରଙ୍କ ପକ୍ଷରୁ ସମସ୍ତ କଟକଣା ବଳବତ୍ତର ରହିବ ।

ନୂଆବର୍ଷ ଓ ଜିରୋ ନାଇଟ୍ ପାଇଁ ଗହଳି ଏଡ଼ାଇବା ଲାଗି ବିଏମସି ପ୍ରସ୍ତୁତ। ଭୁବନେଶ୍ବରରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଆସନ୍ତାକାଲି ଭିଡ ନିୟନ୍ତ୍ରଣ ପାଇଁ ବିଏମସି ମାଇକ୍ ଦ୍ୱାରା ପ୍ରଚାର କରିବ‌।

କଡାକଡି ହେବ ଜିରୋ ନାଇଟ ଚେକିଂ

ତିନୋଟି ଜୋନ୍ ରେ ୨ ଟି ଲେଖାଏଁ ସ୍କ୍ବାର୍ଡ ଗଠନ କରାଯାଇଛି। ରାଜ୍ଯ ସରକାର 31 ଡିସେମ୍ବର(ଗୁରୁବାର) ନାଇଟ କର୍ଫ୍ୟୁ ଜାରି କରିଛନ୍ତି । ବିଏମସି ଟିମ୍ ମଧ୍ୟ ରାତିରେ ପୋଲିସ ସହ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବେ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।


ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

Last Updated : Dec 31, 2020, 8:36 PM IST

ABOUT THE AUTHOR

...view details