ଓଡିଶା

odisha

ETV Bharat / city

ରାସ୍ତାରେ ଉପରେ ରହିବନି ଠେଲା, ରାଜମହଲରୁ ଏଜି ବାଇକ ପାର୍କିଂ ମନା - ଭୁବନେଶ୍ବରରେ ଦୂର ହେବ ଟ୍ରାଫିକ ସମସ୍ୟା,

ରାଜମହଲରୁ ଏଜି ଯାଏଁ ଆଉ ଭୋଗିବାକୁ ପଡିବନି ଟ୍ରାଫିକ ସମସ୍ୟା । ରାସ୍ତା କଡରୁ ଠେଲା ଦୋକାନୀ ଉଠିବା ସହ କୌଣସି ଦୁଇ ଚକିଆ ଯାନ ପାର୍କିଂ ହୋଇପାରିବ ନାହିଁ । ଅଧିକ ପଢନ୍ତୁ...

one parking
ରାଜମହଲ ରୁ ଏଜି ବାଇକ ପାର୍କିଂ ମନା

By

Published : Jan 21, 2020, 11:12 PM IST

ଭୁବନେଶ୍ବର: ଏଣିକି ରାଜମହଲରୁ ଏଜି ପର୍ଯ୍ୟନ୍ତ ଆଉ ଭୋଗିବାକୁ ପଡିବନି ଟ୍ରାଫିକ ସମସ୍ୟା। ଦୀର୍ଘ ସମୟ ରାସ୍ତା ଉପରେ ଆଉ ଅଟକି ରହିବ ନାହିଁ ଯାନବାହାନ। ଲୋକେ ଆଉ ସାମ୍ନା କରିବେନି ଟ୍ରାଫିକ ସମସ୍ୟା। କାରଣ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତା କଡରେ ବାଇକ ପାର୍କିଂ ମନା। ଯାହାକୁ ନେଇ ଏଭିକସନ ଜୋରଦାର କରିଛି ବିଏମସି ଓ କମିଶନରେଟ ପୋଲିସ।

ରାଜମହଲ ରୁ ଏଜି ବାଇକ ପାର୍କିଂ ମନା

ଆଉ ଯିଏ ଏହାକୁ ଅଣଦେଖା କରିବ ସେ ଦେବେ ଜୋରିମନା। ଆଉ ରାସ୍ତାକଡରେ ମଧ୍ୟ ରହିପାରିବେନି ଠେଲା ଦୋକାନୀ। ଏନେଇ ଉଠା ଦୋକାନ ହଟାଇବା ସହ ଠେଲା ଦୋକାନୀଙ୍କୁ ମନା କରାଯାଇଛି।

ବାଇକ ପାର୍କିଂ ପାଇଁ ଅନ୍ୟତ୍ର ସ୍ଥାନ ନିରୁପଣ ହୋଇଛି। ଠେଲା ଦୋକାନୀଙ୍କ ପାଇଁ ଅନ୍ୟତ୍ର ବେପାର କରିବାକୁ ବ୍ୟବସ୍ଥା କରାଯାଉଥିବା ଯୋଜନା ଚାଲିଛି। ଏନେଇ ସଂନ୍ଧ୍ୟା ଓ ଅପରାହ୍ନ ସମୟରେ ଟ୍ରାଫିକ ପୋଲିସ ମାଧ୍ୟମରେ ଏଭିକସନ ଜୋରଦାର ହୋଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details