ଓଡିଶା

odisha

ETV Bharat / city

ଲିଙ୍ଗରାଜ ମନ୍ଦିର ପୌର ଚିକିତ୍ସାଳୟ ଭଙ୍ଗା ଯିବା ଖବର ଗୁଜବ - ଭଙ୍ଗା ହେବନି ପୌର ଚିକିତ୍ସାଳୟ

ଭଙ୍ଗା ହେବନାହିଁ ଲିଙ୍ଗରାଜ ମନ୍ଦିର ସନ୍ନିକଟସ୍ଥ ପୌର ଚିକିତ୍ସାଳୟ। ଏଭଳି ଖବରକୁ ଗୁଜବ କହିଲେ ବିଏମସି କମିଶନର।

No Truth of Municipal hospital Eviction
ଲିଙ୍ଗରାଜ ମନ୍ଦିର ପୌର ଚିକିତ୍ସାଳୟ ଭଙ୍ଗା ଯିବା ଖବର ଗୁଜବ

By

Published : Dec 14, 2019, 5:20 PM IST

ଭୁବନେଶ୍ବର: ପଡିଲା ପୂର୍ଣ୍ଣଚ୍ଛେଦ। ଭଙ୍ଗା ହେବନାହିଁ ପୌର ଚିକିତ୍ସାଳୟ। ଏନେଇ ସ୍ପଷ୍ଟୀକରଣ ରଖିଲା ବିଏମସି। ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ସନ୍ନିକଟସ୍ଥ ପୌର ଚିକିତ୍ସାଳୟ ଓ ରଥ ରୋଡ ଭଙ୍ଗା ଯିବ ବୋଲି ଗୁଜବ ଉଠିଥିଲା । ଯାହାକୁ ଖଣ୍ଡନ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଚିକିତ୍ସାଳୟ ଓ ରଥ ରୋଡ ସମ୍ପ୍ରସାରଣ ହେବାର କୌଣସି ଯୋଜନା ନାହିଁ ଏହା ସମ୍ପୂର୍ଣ୍ଣ ଗୁଜବ। ଏପରିକି ଏହି କଥାକୁ ବିଶ୍ବାସ ନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details