ଓଡିଶା

odisha

By

Published : Apr 18, 2022, 8:01 PM IST

ETV Bharat / city

ତାତିରୁ ତ୍ରାହି ନାହିଁ, ୪୦ ଟପିଲା ରାଜ୍ୟର ୨୧ଟି ସହର ତାପମାତ୍ରା

ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ବିନ୍‌ ସିଟିରେ ଟପିଲା ୪୦ ଡିଗ୍ରୀ ତାପମାତ୍ରା । ଭୁବନେଶ୍ବରରେ ସୋମବାର ଦିନ ତାପମାତ୍ରା ୪୦.୨ ଡିଗ୍ରୀ ଓ କଟକରେ ୪୦.୫ ଡିଗ୍ରୀ ରହିଥିଲା । ଅଧିକ ପଢ଼ନ୍ତୁ

ସିଝୁଛି ଓଡ଼ିଶା, ୪୦ ଡିଗ୍ରୀ ତାପମାତ୍ରା ଡେଇଁଲା ୨୧ ସହର
ସିଝୁଛି ଓଡ଼ିଶା, ୪୦ ଡିଗ୍ରୀ ତାପମାତ୍ରା ଡେଇଁଲା ୨୧ ସହର

ଭୁବେନଶ୍ବର: ରାଜ୍ୟରେ ଏବେ ଅସହ୍ୟ ପ୍ରଚଣ୍ଡ ରୌଦ୍ର ତାପ ଜାରି ରହିଛି । ସୋମବାର ୨୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ୪୩.୭ ଡିଗ୍ରୀ ତାପମାତ୍ରା ସହ ଅନୁଗୋଳ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ବିନ୍‌ ସିଟିରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି ।

ଭୁବନେଶ୍ବରରେ ସୋମବାର ଦିନ ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ ରହିଥିଲା । ସେହିଭଳି କଟକରେ ଦିନ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିୟସ ରହିଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରିଛି । ଅନୁଗୋଳ ପଛକୁ ବଲାଙ୍ଗୀରରେ ତାପାମାତ୍ରା ୪୩.୨ ଡିଗ୍ରୀ ସେଲସିୟସ ରହିଥିଲା ।

ସୁନ୍ଦରଗଡ଼ ଓ ବୌଦ୍ଧରେ ୪୨ ଡିଗ୍ରୀ ସେଲସିୟସ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ୪୧.୮ ଡିଗ୍ରୀ ସେଲସିୟସ, ଟିଟିଲାଗଡ଼ରେ ୪୧.୭ ଡିଗ୍ରୀ ସେଲସିୟସ, ସୋନପୁରରେ ୪୧.୬ ଡିଗ୍ରୀ ସେଲସିୟସ, ସମ୍ବଲପୁରରେ ୪୧.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details