ଭୁବନେଶ୍ବର: ରାଜ୍ୟରେ ରି-ଇନ୍ଫେକ୍ସନର ସ୍ଥିତି ଆସିନାହିଁ । ରାଜ୍ୟରେ 3 ଜଣଙ୍କ ମଧ୍ୟରେ ୟୁକେ ଷ୍ଟ୍ରେନ ଦେଖାଦେଇଛି, ତେବେ ଆଉ ସଂକ୍ରମିତ ହେବାର ଭୟ ନାହିଁ । ଏନେଇ ଆମକୁ ଅଧିକ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଦିନକୁ 10, 500 RTPCR ଟେଷ୍ଟ କରାଯାଉଛି । ବାହାରୁ ଆସୁଥିବା ଲୋକଙ୍କର ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି ।
ଡିସେମ୍ବରରେ ବାହାରିଥିବା ପଜିଟିଭର 5 ପ୍ରତିଶତ ଓ ଅନ୍ୟ ଭ୍ୟାରିଆଣ୍ଟ ଟେଷ୍ଟ ହୋଇଥିଲା। ଦେଶର ୧୦ ଟି ଇନଷ୍ଟିଚ୍ୟୁଟ ଜିନୋମ ସିକ୍ୟୁଏନ୍ସ କରିଥିବା ବେଳେ ଆଇଏଲଏସରେ ଓଡିଶା, ବିହାର, ଛତିଶଗଡ଼, ଝାଡଖଣ୍ଡର ସାମ୍ପଲ ଟେଷ୍ଟ ହୋଇଥିଲା । 3 ଜଣଙ୍କ ମଧ୍ୟରେ ୟୁକେ ଷ୍ଟ୍ରେନ ଆସିଥିଲା, ଯାହାକି ପୁନେକୁ ଟେଷ୍ଟ ପାଇଁ ଯାଇଥିଲା। ଆଇଏଲଏସକୁ ୨୨୦ ସାମ୍ପଲ୍ ଆସିଥିବା ବେଳେ ଗୋଟିଏ ଡବଲ ମ୍ୟୁଟେସନ ଥିଲା । ତେବେ ସେ ସୁସ୍ଥ ହୋଇଛନ୍ତି।
୩ ଟି ୟୁକେ ଷ୍ଟ୍ରେନ n440k ବାହାରିଥିଲା। ସେମାନେ ଏବେ ସମ୍ପୂର୍ଣ୍ଣ ସୁସ୍ଥ। ଆଉ କାହାକୁ ସ୍ପ୍ରେଡ଼ କରିବାର ସମ୍ଭାବନା ନାହିଁ। ଅନ୍ୟ ରାଜ୍ୟରେ ଦେଖାଯାଉଥିବା ଷ୍ଟ୍ରେନ ଯୋଗୁଁ ଆମକୁ ସତର୍କ ରହିବାକୁ ପଡିବ। କୋଭିଡ ନିୟମ ଅନୁପାଲନ କରିବା ସହ ହୋଲି ସମୟରେ ଆମକୁ ସତର୍କ ରହିବାକୁ ପଡିବ। ମହାରାଷ୍ଟ୍ରର ଓ ପଞ୍ଜାବରେ ରି-ଇନଫେକ୍ସନ ରେଟ୍ ଅଧିକ । ପ୍ରତି ସପ୍ତାହରେ ଡବଲ ହୋଇଯାଉଛି କିନ୍ତୁ ଓଡ଼ିଶାରେ ସେଭଳି ସ୍ଥିତି ଆସିନି। କିଛି ସ୍ଥାନରେ ଅଧିକ ବଢ଼ୁଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଭାଇରସ ମ୍ୟୁଟେସନ ହେବାର ଆଶଙ୍କା ଅଛି କିନ୍ତୁ ଓଡିଶାର ଡିଟେକ୍ଟ ହୋଇଥିବା ମ୍ୟୁଟେସନ ଏତେ ବିପଦ ନୁହେଁ।