ଭୁବନେଶ୍ବର: ରାଜ୍ୟରେ ଏପ୍ରିଲ ୨୫ ତାରିଖରୁ ଆଉ ବିଦ୍ୟୁତ କାଟ ହେଉନାହିଁ । ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ନହେଲେ ବିଦ୍ୟୁତ କାଟ ନକରିବା ପାଇଁ ଟାଟା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କମ ବିଦ୍ୟୁତ କାଟ ହେଉଥିଲା । ସାମୟିକ ସମୟ ପାଇଁ ଏପ୍ରିଲ ମାସ ପୂର୍ବରୁ ଘଣ୍ଚାଏ ଅଧଘଣ୍ଚା ବିଦ୍ୟୁତ କାଟ ହେଉଥିଲା । ଆଜି ବିଦ୍ୟୁତ କାଟ ଓ ଟାଟା କମ୍ପାନୀର ଜୁଲମ ବିରୋଧରେ ମୁଲତବୀ ପ୍ରସ୍ତାବ ଆଣିଥିବା ବିରୋଧୀଙ୍କୁ ଉତ୍ତର ଦେଇ ଏହା କହିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ ।
ଶକ୍ତି ମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟରେ ବିଦ୍ୟୁତ ଗ୍ରାହକଙ୍କ ସଂଖ୍ୟା ୧୬ ପ୍ରତିଶତ ବୃଦ୍ଧି ପାଇ ୯୬ ଲକ୍ଷରେ ପହଞ୍ଚିଛି । ଦେଶର ତୁଳନାରେ ବିଦ୍ୟୁତ ଯୋଗାଣ ଦର ରାଜ୍ୟରେ କମ ରହିଛି । ଗତ 3 ମାସ ମଧ୍ୟରେ ରାଜ୍ୟରେ 23 ପ୍ରତିଶତରୁ ଅଧିକ ବିଦ୍ୟୁତ ଚାହିଦା ବଢିଛି ।