ଭୁବନେଶ୍ବର: ରାଜ୍ୟର ଚେକ ପଏଣ୍ଟରେ କେହି ଚାଲିକରି ଯିବେ ନାହିଁ, କରାଯାଇଛି ବସ୍ର ବ୍ୟବସ୍ଥା । ଦେଶରେ ଦିନକୁ ଦିନ କୋରୋନା କାୟା ବିସ୍ତାର କରୁଛି । ଯେତିକି ରୋଗକୁ ନେଇ ଭୟ ରହୁଛି, ସେତିକି ମଧ୍ୟ ଭୋକ ଉପାସରେ ରହୁଛନ୍ତି । ତେବେ ରାଜ୍ୟ ସରକାର ଏନେଇ ସହାୟତାର ହାତ ବଢାଇଛନ୍ତି । ଓଡିଶା ପୋଲିସ ମାଧ୍ୟମରେ ବର୍ଡର ଅଞ୍ଚଳରେ ଚାଲିଚାଲି ଯାଉଥିବା ଲୋକଙ୍କୁ ଖାଇବା ଓ ବସ୍ ଯୋଗେ ଛାଡିବାକୁ ନେଇ ରହିଛି ନିର୍ଦ୍ଦେଶ । ଯାହାର ରାଜ୍ୟ ସରକାରଙ୍କର ରିଲିଫ ପାଣ୍ଠିରୁ ଖର୍ଚ୍ଚ କରାଯାଉଛି ।
ରାଜ୍ୟରେ ମୋଟ 12ଟି ରୁଟ୍ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଚାଲିକରି ଯାଉଛନ୍ତି । ଏନେକ ଲୋକ ମଧ୍ୟ ଗାଡି ମାଧ୍ୟମରେ ରାଜ୍ୟର ବର୍ଡର ପାର ହେଉଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ରାଜ୍ୟର 12 ଟି ସ୍ଥାନରେ ଚେକ ପଏଣ୍ଟ କରିଛନ୍ତି । ଏହି 12 ଟି ଚେକ ପଏଣ୍ଟ ମଧ୍ୟରୁ 2ଟି ଚେକ ପଏଣ୍ଟରେ 1349 ଟି ବସ୍ ପାସ କରିଛି । ସହିଲା ଚେକ ପଏଣ୍ଟ ଓ ଗିରିସଵାଲା ଚେକ ପଏଣ୍ଟରେ ଅଧିକ ବସ୍ ପାସ୍ କରିଛି । ସେହିପରି 4300ଟି 4ଚାକିଆ ଗାଡି ମଧ୍ୟ ପାସ କରିଛି । ସବୁଠୁ ଅଧିକ 4ଚାକିଆ ଗାଡି ପାସ କରିଛି ଲଖାନ । ଗେଟ୍ରୁ 1060ଟି ଗାଡି ପାସ କରୁଛନ୍ତି ବିଭିନ୍ନ ଚେକ ଗେଟରୁ ।
ପୋଲିସର ନିର୍ଦ୍ଦେଶ କ୍ରମେ ରାଜ୍ୟ ଦେଇ ଚାଲି ଚାଲି ଆସୁଥିବା ଶ୍ରମିକମାନଙ୍କ ପାଇଁ ଉଚିତ ପଦକ୍ଷେପ ନିଆଯାଇଛି । କୌଣସି ଲୋକ ରାଜ୍ୟର ଚେକ ପଏଣ୍ଟରେ ପହଁଚିଗଲା ପରେ ଚାଲିକରି ଯିବେ ନାହିଁ । ପୋଲିସ ସେଠାରେ ସେମାନଙ୍କୁ ଖାଇବାକୁ ଦେବା ସହ ଏକ ସ୍ବତନ୍ତ୍ର ବସ ମାଧ୍ୟମରେ ରାଜ୍ୟର ସୀମା ପାର କରାଇବ । ଏନେଇ ରାଜ୍ୟ ସରକାରଙ୍କର ରିଲିଫ ଟଙ୍କା ଖର୍ଚ୍ଚ କରାଯିବ ।