ଓଡିଶା

odisha

ETV Bharat / city

କୋଭିଡ଼ ମୁକାବିଲାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେହି ପରାମର୍ଶ ଦେଇପାରିବେ ନାହିଁ: ପ୍ରମିଳା - କୋଭିଡ ମୁକାବିଲା

କୋରୋନା ମୁକାବିଲାକୁ ନେଇ ମୁହଁ ଖୋଲିଲେ ଶାସକ ଦଳ ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ...

କୋଭିଡ଼ ମୁକାବିଲାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେହି ପରାମର୍ଶ ଦେଇପାରିବେ ନାହିଁ: ପ୍ରମିଳା
କୋଭିଡ଼ ମୁକାବିଲାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେହି ପରାମର୍ଶ ଦେଇପାରିବେ ନାହିଁ: ପ୍ରମିଳା

By

Published : Jun 19, 2021, 7:55 PM IST

ଭୁବନେଶ୍ବର:ରାଜ୍ୟରେ କୋଭିଡ଼ ମୃତ୍ୟୁକୁ ନେଇ ତଥ୍ୟ ଲୁଚାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ, କୋଭିଡ ମୃତ୍ୟୁ ସଂଖ୍ୟା ନେଇ ସରକାର କିଛି ଲୁଚାଉ ନାହାନ୍ତି । ସରକାର ସମ୍ପୂର୍ଣ ସ୍ୱଚ୍ଛତାର ସହ କୋଭିଡ ମୁକାବିଲା କରୁଛନ୍ତି । କୋଭିଡ଼ରେ କିପରି ଲୋକଙ୍କୁ କିପରି ଚିକିତ୍ସା ଯୋଗାଇ ଦିଆଯିବ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଜୀବନ କିପରି ରକ୍ଷା କରାଯିବ ତାହା ସବୁବେଳେ ସରକାରଙ୍କ ପ୍ରାଥମିକତା ରହିଛି । ଲୋକଙ୍କୁ ସଠିକ ଚିକିତ୍ସା ଯୋଗାଇ ସୁସ୍ଥ କରାଯିବ ତାହାର ଆବଶ୍ୟକତା ରହିଛି ।

କୋଭିଡ଼ ମୁକାବିଲାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେହି ପରାମର୍ଶ ଦେଇପାରିବେ ନାହିଁ: ପ୍ରମିଳା

ଏନେଇ କୌଣସି ଶ୍ଵେତପତ୍ର ଦେବାର ଆବଶ୍ୟକତା ନାହିଁ । କ୍ଷତିପୂରଣ ପ୍ରଥମେ ବିଜେପି ଶାସିତ ରାଜ୍ୟ ଗୁଜରାଟ ଓ କେନ୍ଦ୍ର ଶାସିତ ରାଜ୍ୟ ଦିଲ୍ଲୀରେ ଆରମ୍ଭ ହେଉ । ତାପରେ ଓଡ଼ିଶାରେ ଦିଆଯିବ । କୋଭିଡ଼ ମୁକାବିଲାରେ ଅନ୍ୟ ରାଜ୍ୟ ଓଡ଼ିଶାକୁ ଫଲୋ କରୁଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବାର ଆବଶ୍ୟକତା ନାହିଁ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ସହାୟତାର ହାତ ବଢ଼େଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details