ଭୁବନେଶ୍ବର: ସମ୍ପ୍ରତି ବିଶ୍ବରେ ଭୟଙ୍କର ଭାବେ କୋରୋନା ଭାଇରସ ବ୍ୟାପୀବାରେ ଲାଗିଛି । ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ ଏବେ ବିଶ୍ବର 60ରୁ ଅଧିକ ଦେଶକୁ ମାଡି ଗଲାଣି । ଏହାସହ ପ୍ରାୟ ଏକଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେବା ସହ 3 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇସାରିଛି ।
ଏବେ ଭାରତରେ ମଧ୍ୟ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 28 ଜଣ ଆକ୍ରାନ୍ତ ହେବାପରେ ସଜାଗ ହୋଇପଡିଛନ୍ତି କେନ୍ଦ୍ର ସରକାର ସମେତ ବିଭିନ୍ନ ରାଜ୍ୟ ସରକାର । କୋରୋନା ମୁକାବିଲା ପାଇଁ ଯଦିଓ ସରକାର ଆଗରୁ ବିଭିନ୍ନ କଟକଣା ଜାରି କରିଥିଲେ, ଏହାକୁ ଏବେ ବ୍ୟାପକ କରାଯାଇଛି । ଦିଲ୍ଲୀରେ 2 ଦିନ ଧରି କିଛି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଫଳରେ ଏବେ ରାଜ୍ୟରେ ମଧ୍ୟ ସ୍କୁଲ ବନ୍ଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।