ଓଡିଶା

odisha

ETV Bharat / city

ବନ୍ଦ ହେଲା ବିଜୁ ଯୁବ ବାହିନୀ ! - ବଜେଟ

ବନ୍ଦ ହେଲା 'ବିଜୁ ଯୁବ ବାହିନୀ' । ଆଜି ବିଧାନସଭାରେ ପଚରାଯାଇଥିବା ଏକ ପ୍ରଶ୍ନରେ ଉତ୍ତର ଦେଇଛନ୍ତି କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା । ଚଳିତ ବର୍ଷ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ବ୍ୟୟବରାଦ କରାଯାଇନାହିଁ । ଅଧିକ ପଢନ୍ତୁ...

Slug no money for  biju yuva bahini on 21-22 budget says Minister tusharikanti behera
ବନ୍ଦ ହେଲା ବିଜୁ ଯୁବ ବାହିନୀ !

By

Published : Mar 12, 2021, 3:30 PM IST

ଭୁବନେଶ୍ବର: ବନ୍ଦ ହେଲା 'ବିଜୁ ଯୁବ ବାହିନୀ' । ଆଜି ବିଧାନସଭାରେ ପଚରାଯାଇଥିବା ଏକ ପ୍ରଶ୍ନରେ ଉତ୍ତର ଦେଇଛନ୍ତି କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତୀ ବେହେରା । ଚଳିତ ବର୍ଷ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ବ୍ୟୟବରାଦ କରାଯାଇନାହିଁ ।

ବନ୍ଦ ହେଲା ବିଜୁ ଯୁବ ବାହିନୀ !

ଚଳିତ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଆଜି ବିଧାନସଭାରେ ବିଜେପି ବିଧାୟକ ଭବାନୀ ଭୋଇ ବିଜୁ ଯୁବ ବାହିନୀକୁ ନେଇ ଏକ ପ୍ରଶ୍ନ ପଚାରିଥିଲେ । ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବହେରା ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ ଉତ୍ତରରେ ଦର୍ଶାଯାଇଛି ୨୦୧୮ରେ ବିଜୁ ଯୁବ ବିହୀନ ଗଠନ ହୋଇଥିଲା । ବିଜୁ ଯୁବ ବାହିନୀ ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଆର୍ଥିକ ବର୍ଷ 21-22 ବର୍ଷ ପାଇଁ କୈଣସି ଅର୍ଥ ରାଜ୍ୟ ସରକାର ଦେଇନାହାନ୍ତି ବୋଲି ରାଜ୍ୟ କ୍ରୀଡା ମନ୍ତ୍ରୀ କହିଛନ୍ତି । ଆଜି ଏନେଇ ଲିଖିତ ଉତ୍ତରରେ କ୍ରୀଡା ମନ୍ତ୍ରୀ କହିଛନ୍ତି ଯେ,ଏହି ସ୍କିମ ନେଇ କୌଣସି ଅର୍ଥ ମଞ୍ଜୁର ହୋଇନି ।

ସୂଚନା ଥାଉକି ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର 'ବିଜୁ ଯୁବ ବାହିନୀ' ନାମରେ 450 କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ଏହାକୁ ଶାସକ ଦଳ ନିଜ ନିର୍ବାଚନର ରଣନୀତି ପାଇଁ ଗଠନ କରିଥିଲେ ବୋଲି ବିରୋଧୀ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି । ଏହା ସହ ସରକାର ନିଜର ଲକ୍ଷ୍ୟ ପୂରଣ ଓ ସ୍ବାର୍ଥ ସାଧନ ପାଇଁ ବିଜୁ ଯୁବ ବାହୀନିରେ ଯୁବକ ମାନଙ୍କୁ ପଥଭ୍ରଷ୍ଟ କରିଛନ୍ତି ବୋଲି ବିରୋଧୀ କହିଛନ୍ତି । ଏକ ଯୁବ ସଂଗଠନ ଗଠନ କରି ସରକାର କି ଭଳି କୋଟି କୋଟି ଟଙ୍କା ଆତ୍ମସାତ କରିଛନ୍ତି ତାହା ଏଥିରୁ ଅନୁମେୟ ।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

ABOUT THE AUTHOR

...view details