ଓଡିଶା

odisha

By

Published : Jul 16, 2022, 10:30 PM IST

ETV Bharat / city

ମାସ୍କ ନାହିଁ ତ ଜିନିଷ ନାହିଁ, ନିର୍ଦ୍ଦେଶନାମା ଜାରି କଲା BMC

ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନିୟମ କଡାକଡି କରିଛି । ଏଣିକି ବିନା ମାସ୍କରେ ପଶିପାରିବେନି ମଲକୁ କି ବଜାରକୁ । ଏହାସହ ବିନା ମାସ୍କରେ ଜିନିଷ ମନା । ଅଧିକ ପଢ଼ନ୍ତୁ

ମାସ୍କ ନାହିଁ ତ ଜିନିଷ ନାହିଁ : ନିର୍ଦ୍ଦେଶନାମା ଜାରି କଲା ବିଏମସି
ମାସ୍କ ନାହିଁ ତ ଜିନିଷ ନାହିଁ : ନିର୍ଦ୍ଦେଶନାମା ଜାରି କଲା ବିଏମସି

ଭୁବନେଶ୍ବର :ଭୁବନେଶ୍ବର ଏଣିକି ଲାଗୁହେଲା ନୋ ମାସ୍କ ନୋ ଏଣ୍ଟ୍ରି, ନୋ ମାସ୍କ ନୋ ଗୁଡ୍ସର ଗାଇଡଲାଇନ । ଆଉ ଏହାର କଡା ପାଳନ ପାଇଁ ଭୁବନେଶ୍ବର ମହାନଗରର ନିଗମ ବା ବିଏମସି ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ନିର୍ଦ୍ଦେଶନାମା । ଅର୍ଥାତ ଏଣିକି ମାସ୍କ ନଥିଲେ ସବୁକିଛି ମନା । ଏପରିକି ସାମଗ୍ରୀ ବା ଜିନିଷ ମନା । ଆଉ ଏହି ନିର୍ଦ୍ଦେଶନାମାକୁ ନେଇ ବିଏମସିରେ ଏଣିକି ସର୍ବସାଧାରଣରେ ମାସ୍କ ବାଧ୍ୟତାମୂଳକ ହୋଇଛି ।

ମାସ୍କ ନାହିଁ ତ ଜିନିଷ ନାହିଁ : ନିର୍ଦ୍ଦେଶନାମା ଜାରି କଲା ବିଏମସି

ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମଣକୁ ପ୍ରତିହତ କରିବାକୁ ଯାଇ ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ପାଇଁ କଟକଣା କଡାକଡ଼ି କରିଛି ପ୍ରଶାସନ । ମାସ୍କ ନାହିଁ ତ ପ୍ରବେଶ ନାହିଁ ଏବଂ ମାସ୍କ ନାହିଁ ତ ସାମଗ୍ରୀ ନାହିଁ । କରୋନାର ପୂର୍ବ ନିୟମାବଳୀ ସହିତ ଏହି ନିର୍ଦ୍ଦେଶନାମା ପାଳନ ହେବ । ଏନେଇ ସବୁ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ସମସ୍ତ କାର୍ଯ୍ୟାଳୟ ଏପରିକି ଭୁବନେଶ୍ୱରରେ ପ୍ରବେଶ କରୁଥିବା ଯାତ୍ରୀ, ପର୍ଯ୍ୟଟକ ଓ ବ୍ୟକ୍ତିବିଶେଷଙ୍କ ପାଇଁ ଏହି ନିୟମ କଡାକଡି ଭାବେ ଲାଗୁ କରାଯାଇଛି ।

ପେଟ୍ରୋଲ ଟାଙ୍କିରେ ବି ମାସ୍କ ନପିନ୍ଧିଲେ ପେଟ୍ରୋଲ ମିଳିବ ନାହିଁ ବୋଲି ଜାରି ହୋଇଛି ନିୟମ । ପୂର୍ବଭଳି ସାମାଜିକ ଦୂରତା, ହାତ ବିଶୋଧନ, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ବାରଣ କରାଯାଇଛି । ଏଥିରେ ଖିଲାପ କଲେ କୋଭିଡ-୧୯ ଆଇନ ଅନୁଯାଇ ଜୋରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଦ୍ଦେର୍ଶନାମାରେ ଦର୍ଶାଇଛି ବିଏମସି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details