ଓଡିଶା

odisha

By

Published : Sep 18, 2021, 12:43 PM IST

ETV Bharat / city

ଟଳିଲା ବନ୍ୟା ବିପଦ, ଆତଙ୍କିତ ନ ହେବାକୁ ପରାମର୍ଶ

ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳି ଯାଇଛି । ତେଣୁ ଆତଙ୍କିତ ହେବାର କିଛି ନାହିଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

flood-in-mahanadi
ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ବର: ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଲା । ଛୋଟ ଧରଣର ବନ୍ୟା ହୋଇଛି । କୌଣସି ବିପଦ ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ ।

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ହୀରାକୁଦରେ ନିଷ୍କାସିତ ବନ୍ୟା ଜଳ ମୁଣ୍ଡଳୀରେ ପ୍ରବାହିତ ହେଉଛି । ମୁଣ୍ଡଳୀରେ 6 ଲକ୍ଷ 67 ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି । ଗତ 3 ରୁ 4 ଘଣ୍ଟା ହେଲା ଏ ସ୍ଥିତି ରହିଛି । ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି । ତେଣୁ ଏବେ ଗୋଟିଏ ପରେ ଗୋଟିଏ ଗେଟ ବନ୍ଦ କରାଯାଉଛି । ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ଜଳସ୍ତର କମିଛି । ବନ୍ୟା ପରିସ୍ଥିତି ନାହିଁ । କିଛି ତଳି ଅଞ୍ଚଳରେ ବର୍ଷା ପାଣି ଅଟିକିଛି ବୋଲି ଧୀରେନ କୁମାର କହିଛନ୍ତି । ତେବେ ବନ୍ୟା ଆଶଙ୍କା ଟଳି ଯାଇଛି, ତେଣୁ ଭୟଭୀତ ହେବାର କିଛି ନାହିଁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details