ଓଡିଶା

odisha

By

Published : Dec 6, 2020, 6:41 PM IST

ETV Bharat / city

'ଓଡିଶାକୁ ନାହିଁ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଭୟ'

ରାଜ୍ୟରେ କୋରୋନା ସଂକ୍ରମଣ ସହିତ ମୃତ୍ୟୁସଂଖ୍ୟା କମୁଥିବାରୁ କୋରୋନା ଦ୍ବିତୀୟ ଲହରୀର ଭୟ ନାହିଁ ବୋଲି ରାଜ୍ୟ କୋଭିଡ ବୈଷୟିକ ପରାମର୍ଶଦାତା ଡ଼ଃ ଜୟନ୍ତ ପଣ୍ଡା କହିଛନ୍ତି । ଅଧିକ ପଢନ୍ତୁ...

'No fear of second wave of corona infection in Odisha'
'ଓଡିଶାକୁ ନାହିଁ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଭୟ'

ଭୁବନେଶ୍ବର: ଶୀତ ଋତୁରେ କୋରୋନାର ଦ୍ବିତୀୟ ଲହରୀ ଭୟ ରହିଥିବା ପୂର୍ବରୁ ରାଜ୍ୟ ସରକାରଙ୍କ ସହ ବିଶେଷଜ୍ଞମାନେ ସତର୍କ କରାଇଥିଲେ । କିନ୍ତୁ ଆଉ କୋରୋନାର ଦ୍ବିତୀୟ ଲହରୀ ଆସିନପାରେ ବୋଲି ରାଜ୍ୟ କୋଭିଡ୍‌ ବୈଷୟିକ ପରାମର୍ଶଦାତା ଡ଼ଃ ଜୟନ୍ତ ପଣ୍ଡା କହିଛନ୍ତି ।

'ଓଡିଶାକୁ ନାହିଁ କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଭୟ'

ତେବେ ଶୀତ ଋତୁରେ ଅଧିକରୁ ଅଧିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ଏକପ୍ରକାର ଭାବରେ ସ୍ଥିର ରହିଛି । ତେଣୁ ରାଜ୍ୟରେ କୋରୋନାର ଦ୍ବିତୀୟ ଲହରୀ ଆଶଙ୍କା ନଥିବା ଡ଼ଃ ପଣ୍ଡା କହିଛନ୍ତି । ତଥାପି ଟୀକା ନ ଆସିବା ପର୍ଯ୍ୟନ୍ତ ରାଜ୍ୟବାସୀ ସତର୍କ ରହିବା ସହିତ ଲୋକମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବା ଉଚିତ ।

ରାଜ୍ୟରେ ନଭେମ୍ବର 14ରୁ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ହଜାର ତଳକୁ ଖସିଥିବା ବେଳେ ଗତ ସପ୍ତାହରେ ଦିନକୁ 500 ତଳକୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଭାବରେ କୋଭିଡର ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଦୈନିକ ହାରାହାରି ଭାବରେ 5 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି । ତେଣୁ ଏହାକୁ ଦେଖିଲେ ଓଡିଶାକୁ ଦ୍ବିତୀୟ ଲହରୀ ଆଶଙ୍କା ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ସନ୍ତୋଷ ମିଶ୍ର ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ,ନଭେମ୍ବର 14ରୁ ନଭେମ୍ବର 21 ତାରିଖ ମଧ୍ୟରେ ଏକ ହଜାର ମଧ୍ୟରେ ରହିଛି ସଂକ୍ରମଣ ସଂଖ୍ୟା । ସେହିପରି ନଭେମ୍ବର 23 ରୁ 29 ମଧ୍ୟରେ 700 ମଧ୍ୟରେ ରହୁଥିବା ବେଳେ ଡିସେମ୍ବର 1ରୁ 6 ତାରିଖ ମଧ୍ୟରେ 500 ତଳକୁ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଅନ୍ୟପଟେ ପ୍ରଥମ ଓ ଦ୍ବିତୀୟ ଲହରୀର ବ୍ୟବଧାନ 3 ରୁ 4 ମାସ ପର୍ଯ୍ୟନ୍ତ ରହୁଛି । ତେଣୁ ଜାନୁଆରୀରେ ଦ୍ବିତୀୟ ସଂକ୍ରମଣ ଆସିବାର ସମ୍ଭାବନା ରହିଥିବା ବେଳେ ଆସନ୍ତା ଫେବୁଆରୀ ମାସ ପର୍ଯ୍ୟନ୍ତ ରାଜ୍ୟବାସୀ ସତର୍କ ରହିବା ଆବଶ୍ୟକ ବୋଲି ଡ଼ଃ ପଣ୍ଡା କହିଛନ୍ତି । ଅନ୍ୟପଟେ କୋଭିଡ ଟୀକା କିଛି ସପ୍ତାହ ମଧ୍ୟରେ ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details