ଓଡିଶା

odisha

ETV Bharat / city

କୌଣସି ମହାମାରୀ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ; DMET - ଡ଼ିଏମଇଟି ସିବିକେ ମହାନ୍ତି

ରାଜ୍ୟରେ ସଂକ୍ରମଣ କମୁଛି । ଆଗକୁ ଆହୁରି ମଧ୍ୟ କମିବ। ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏ ନାହିଁ କହିଲେ ସିବିକେ ମହାନ୍ତି । ଅଧିକ ପଢନ୍ତୁ...

No epidemic is completely eradicated; DMIT
କୌଣସି ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପଛ ହୁଏନାହିଁ; ଡିଏମଇଟି

By

Published : Jul 5, 2021, 1:27 PM IST

ଭୁବନେଶ୍ବର:ରାଜ୍ୟରେ ସଂକ୍ରମଣ କମୁଛି । ଆଗକୁ ଆହୁରି ମଧ୍ୟ କମିବ । ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୁଏନାହିଁ । କିଛି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସେ ସବୁ ଜିଲ୍ଲା ଗୁଡିକରେ ଧୀରେ ଧୀରେ କମିବ । ରୋଗୀ ସଂକ୍ରମଣ ହେବା ପରେ ମୃତ୍ୟୁ ପର୍ଯ୍ୟନ୍ତ ଏକ ଗ୍ୟାପ ରହୁଛି । ଧୀରେ ଧୀରେ ସଂକ୍ରମଣ ସଂଖ୍ୟା କମିଲେ ମୃତ୍ୟୁ ସଂଖ୍ୟା କମିବ । ଏନେଇ ସୂଚନା ଦେଇଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି ।

କୌଣସି ମହାମାରୀ ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ମୂଳପଛ ହୁଏନାହିଁ; ଡିଏମଇଟି

ଭାରତରେ କୌଣସି ସ୍ଥାନରେ ଏକାସାଙ୍ଗରେ କମୁ ନାହିଁ ସଂକ୍ରମଣ । ରାଜ୍ୟରେ ସଂକ୍ରମଣ କମିବାରେ ସଫଳ ହୋଇଛି । ସାରା ଦେଶରେ ସଂକ୍ରମଣ ରହିଥିଲେ ମଧ୍ୟ ସଂକ୍ରମଣର ହାର ଧୀରେ ଧୀରେ କମି କମି ଆସୁଛି । ସରକାରଙ୍କ ପକ୍ଷରୁ କେଉଁଠି ତ୍ରୁଟି ରହିଛି । କେଉଁ ବ୍ୟବସ୍ଥାରେ ତ୍ରୁଟି ରହିଛି । କିନ୍ତୁ ସଂକ୍ରମଣ କମିବା ପାଇଁ ଲୋକମାନେ କେତେ ଦୂର କୋରୋନା ନିୟମ ମାନୁଛନ୍ତି । କୌଣସି ମହାମାରୀ ଜିରୋ ସ୍ତରରେ ଏତେ ଶୀଘ୍ର ପହଞ୍ଚେ ନାହିଁ ।

ରାଜ୍ୟରେ ବର୍ତ୍ତମାନ 4 ପ୍ରତିଶତରୁ କମ ସଂକ୍ରମଣ ରହୁଛି । ତେବେ ଆହୁରି ମଧ୍ୟ କମିବ। ଆଶା କରିବା ଆଗକୁ ମଧ୍ୟ ଆହୁରି କମିବ । ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା 52 ରହିଥିବା ବେଳେ ରାଜ୍ୟର ଟିପିଆର ରହିଛି 4.04। ତେବେ ରାଜ୍ୟରେ ନୟାଗଡ ଜିଲ୍ଲା ରେଡ଼ ଜୋନରେ ଟିପିଆରରେ ରହିଥିବା ବେଳେ 8 ଟି ଜିଲ୍ଲା ଅରେଞ୍ଜ ଜୋନରେ ରହିଛି । ଯଦି ଆମେ ରାଜ୍ୟର ସଂକ୍ରମଣ ଦେଖିବା ତେବେ 3 ଟି ଜିଲ୍ଲା ରେଡ଼ ଜୋନରେ ରହିଛି । ସେଗୁଡିକ ହେଲା ବାଲେଶ୍ବର, ଖୋର୍ଦ୍ଧା ଓ କଟକ ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ABOUT THE AUTHOR

...view details