ଓଡିଶା

odisha

ETV Bharat / city

ଆରଟିଓ ଅଫିସରେ ଦଲାଲକୁ ନୋ ଏଣ୍ଟ୍ରି - ଦଲାଲକୁ ନା

ଆର୍‌ଟିଓ ଅଫିସକୁ ଯେପରି କୌଣସି ଦଲାଲ ପ୍ରବେଶ ନକରନ୍ତି, ସେ ନେଇ ସଜାଗ ରହିବାକୁ ଚିଠି ଲେଖିଛନ୍ତି ପରିବହନ କମିଶନର । ଏନେଇ ଜାରି ହୋଇଛି ନିର୍ଦ୍ଦେଶାବଳୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 28, 2019, 3:24 PM IST

ଭୁବନେଶ୍ବର: ଆର୍‌ଟିଓ ଅଫିସକୁ ଯେପରି କୌଣସି ଦଲାଲ ପ୍ରବେଶ ନ କରନ୍ତି, ସେ ନେଇ ସଜାଗ ରହିବାକୁ ଚିଠି ଲେଖିଛନ୍ତି ପରିବହନ କମିଶନର । ଏନେଇ ଜାରି ହୋଇଛି ନିର୍ଦ୍ଦେଶାବଳୀ । ଦଲାଲଙ୍କ ପ୍ରବେଶରେ କଟକଣା ନେଇ ନୋଟିସ ଡିସପ୍ଲେ କରାଯିବ। ଅଫିସ କିମ୍ବା ଟେଷ୍ଟିଂ ଟ୍ରକରେ କୌଣସି ଦଲାଲ ଯଦି ଥାଆନ୍ତି, ଏପରିକି ବାହାରେ ବୁଲୁଥିବାର ନଜର ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଥିସହ ଅଫିସର କୌଣସି କର୍ମକର୍ତ୍ତା ଯେପରି ଦଲାଲଙ୍କ ସହିତ କୌଣସି ସଂସ୍ପର୍ଶରେ ନ ଆସନ୍ତି, ସେ ନେଇ ସମସ୍ତଙ୍କୁ ଅବଗତ କରିବାକୁ କୁହାଯାଇଛି। କର୍ମଚାରୀଙ୍କ ପାଇଁ ତିନି ପ୍ରକାରର ପରିଚୟପତ୍ର କରାଯିବ। ସରକାରୀ କର୍ମଚାରୀଙ୍କ ପାଇଁ ବ୍ଲୁ ବ୍ୟାଣ୍ଡ, ସର୍ଭିସ ପ୍ରଦାନକାରୀଙ୍କ ପାଇଁ ଗ୍ରୀନ, ସ୍ମାର୍ଟ ଚିପ ଲିମିଟେଡ କର୍ମଚାରୀଙ୍କ ପାଇଁ ୟେଲୋ ବ୍ୟାଣ୍ଡର ପରିଚୟପତ୍ର ରହିବ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର



ସେହିପରି ରେଟ ଚାର୍ଟ ଯେପରିକି ସର୍ଭିସ ଚାର୍ଜ ଓ ଫି ନେଇ ଏକ ବଡ ସାଇନ ବୋର୍ଡ ଲଗାଯିବ। ଆବଶ୍ୟକ ମୁତାବକ ସିସିଟିଭି ମଧ୍ୟ ଲଗାଯିବା ନେଇ ସୂଚନା ଦିଆଯାଇଛି । ଏଥିସହ ଇ-କିଓସ୍କୋ ଖୋଲାଯାଇ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଦେବାକୁ କୁହାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details