ଓଡିଶା

odisha

ETV Bharat / city

ଓଡିଶାକୁ ନାହିଁ ବାତ୍ୟା ‘ବୁଲବୁଲ’ ବିପଦ: ଏସଆରସି

ଭୟଙ୍କର ବାତ୍ୟାର ରୂପ ନେବ ବୁଲବୁଲ । ଓଡିଶାକୁ ନାହିଁ ବିପଦ । ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ।

By

Published : Nov 7, 2019, 12:02 PM IST

ଫାଇଲ ଫଟୋ

ଭୁବନେଶ୍ବର: ଭୟଙ୍କର ବାତ୍ୟାର ରୂପ ନେବ ବୁଲବୁଲ । ଓଡିଶାକୁ କୌଣସି ବିପଦ ନାହିଁ । କେବଳ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ବୁଲବୁଲ ଓଡିଶା ଉପକୂଳ ପରିବର୍ତ୍ତେ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳ ଛୁଇଁବ ।

ଭିଡିଓ ସୌଜନ୍ୟ: ଜ୍ଞାନଦର୍ଶୀ ସାହୁ, ଭୁବନେଶ୍ବର

ଅନ୍ୟପକ୍ଷେ ନଭେମ୍ବର 9ରେ ପାରାଦ୍ବୀପରେ 138, ଗୋପାଳପୁରରୁ 347, ଓ ନଭେମ୍ବର 10ରେ ଧାମରାଠାରୁ 149 କିଲୋମିଟର ଦୂରରେ ରହିବ । 9 ଓ 10ରେ ଉପକୂଳ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣରେ ବର୍ଷା ହେବ । 50ରୁ 70 କିଲୋମିଟର ପବନ ବହିବା ସହ ମତ୍ସଜୀବୀଙ୍କୁ 8 ତାରିଖ ପୂର୍ବରୁ ଉପକୂଳ ଫେରିଆସିବାକୁ କୁହଯାଇଛି ।

ତେବେ ଗୁରୁବାର ସଂନ୍ଧ୍ୟା ସୁଦ୍ଧା ତଥ୍ୟ ଆହୁରି ସ୍ପଷ୍ଟ ହେବ । ବର୍ଷାକୁ ଦୃଷ୍ଟିରେ ରଖି ଫସଲ ଉପରେ ଧ୍ୟାନ ଦେବାକୁ ନିବେଦନ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details