ଓଡିଶା

odisha

ETV Bharat / city

ଆଗାମୀ ୭ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟାର ସମ୍ଭାବନା

ଜିଏଫଏସ (Global Forecast System) ମଡ଼େଲକୁ ବିଶ୍ୱାସ କରାନଯାଇପାରେ । ତେଣୁ ଭୟଭୀତ ନହୋଇ ଗୁଜବ ଠାରୁ ଦୂରେଇ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗର ପରାମର୍ଶ । ୭ ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା ସମ୍ଭାବନା । ଅଧିକ ପଢନ୍ତୁ

By

Published : Oct 12, 2022, 6:14 PM IST

ବର୍ତ୍ତମାନ ନାହିଁ ବାତ୍ୟା ଆଶଙ୍କା
ବର୍ତ୍ତମାନ ନାହିଁ ବାତ୍ୟା ଆଶଙ୍କା

ଭୁବନେଶ୍ବର: ୭ ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା ସମ୍ଭାବନା(No cyclone threat to Odisha in next 7 days) । ଜିଏଫଏସ(Global Forecast System) ମଡ଼େଲକୁ ବିଶ୍ୱାସ କରାନଯାଇପାରେ । ତେଣୁ ଭୟଭୀତ ନହୋଇ ଗୁଜବ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ବର୍ତ୍ତମାନ କୌଣସି ବାତ୍ୟା ଆଶଙ୍କା ନଥିବା ଟ୍ୱିଟ କରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଅକ୍ଟୋବର ମାସ ବାତ୍ୟା ମାସ ହୋଇଥିବା ବେଳେ ଯେ କୌଣସି ଆକଳନ ଲୋକଙ୍କ ଭିତରେ ଭୟ ସୃଷ୍ଟି କରୁଥାଏ। ଏହାକୁ ନେଇ ଏକ ମିଛ ପ୍ରଚାର ଲୋକଙ୍କୁ ବିରମିତା କରୁଥିବାରୁ ରାଜ୍ୟବାସୀ ବାତ୍ୟାର ଆଶଙ୍କାରେ ରହିଛନ୍ତି ।

ବର୍ତ୍ତମାନ ନାହିଁ ବାତ୍ୟା ଆଶଙ୍କା

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ଗୁଜବ ଠାରୁ ଦୂରେଇ ରହିବାକୁ ପାଣିପାଗ ବିଭାଗର ପରାମର୍ଶ

ଏନେଇ ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, "ଗତ କିଛିଦିନ ହେବ ବାତ୍ୟାକୁ ନେଇ ଯେଉଁ ଖବର ପ୍ରସାର ହେଉଥିଲା ତାହା ସମ୍ପୁର୍ଣ୍ଣ ମିଛ । ଏହା ଅବାସ୍ତବ, ଅସମ୍ଭବ । କୌଣସି ପାଣିପାଗ ଘଟଣା ସମ୍ପର୍କରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ତେଣୁ କୌଣସି ଗୁଜବ ଠାରୁ ଦୂରେଇ ରୁହନ୍ତୁ । ଅନ୍ୟପଟେ ଗତ ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହୋଇଛି। ସର୍ବାଧିକ ବର୍ଷା ନବରଙ୍ଗପୁର ଜିଲ୍ଳାର ଝରିଗାଁରେ ୮୭ .୮ ମିମି ବର୍ଷା ରେକର୍ଡ କରାଯାଇଛି। ଅକ୍ଟୋବର ୧ରୁ ୧୨ ତାରିଖ ମଧ୍ୟରେ ୯୪ .୨ ପ୍ରତିଶତ ବର୍ଷା ହୋଇଛି । ଯାହା ସ୍ଵାଭାବିକ ବର୍ଷା ଠାରୁ ଅଧିକ ରହିଛି। ଏହାସହ ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ବିଜୁଳି ଘଡଘଡି ସହ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ ଭାବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ବର୍ଷ ଲାଗିରହିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ବିଜୁଳି ଘଡଘଡି ସହ ୧୮ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ କରାଯାଇଛି। ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନୟାଗଡ଼, କଟକ, ଅନୁଗୋଳ, ଢେଙ୍କାନାଳ, କେଉଁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ଵର, କୋରାପୁଟ, ରାୟଗଡ଼ାରେ ଘଡଘଡି ସହ ବର୍ଷା ହୋଇପାରେ। ସେହିପରି ଆସନ୍ତାକାଲି(ଗୁରୁବାର) ପାଇଁ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ତେବେ ଭୁବନେଶ୍ଵର ଏବଂ କଟକ ସହରରେ ମଧ୍ୟ ଆଂଶିକ ମେଘୁଆ ପାଗ ରହିବ।"

ସଠିକ ସୂଚନା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପାଣିପାଗ ବିଭାଗ ୨୪ ଘଣ୍ଟା କାର୍ଯ୍ୟ କରୁଛି ।ବାତ୍ୟାକୁ ନେଇ ଯେକୌଣସି ସଂସ୍ଥା ପକ୍ଷରୁ ଆପଣଙ୍କୁ ସୂଚନା ମିଳିଲେ ପାଣିପାଗ ବିଭାଗର ଫୋନ ନମ୍ବର, ଫେସବୁକ ପେଜ, ଟ୍ବିଟର ପେଜରୁ ଖବରପାଇପାରିବେ । କିନ୍ତୁ ବର୍ତ୍ତମାନ ବାତ୍ୟାର କୌଣସି ସମ୍ଭାବନା ନାହିଁ । ଗୁଜବ ଠାରୁ ଦୂରେଇ ରହିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details