ଭୁବନେଶ୍ବର: ବାଲେଶ୍ବରର ସୋର ବ୍ଲକ ପାଖ ପଞ୍ଚାୟତ ନାୟବ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ପୁନଃ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି ସ୍ଥାନୀୟ ୱାର୍ଡ ମେମ୍ବର।
ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଉପଜିଲ୍ଲାପାଳ ଏକ ନୋଟିସ୍ କରିଥିଲେ । ଏହି ନୋଟିସ୍ ଜାନୁଆରୀ 9 ତାରିଖରେ କରାଯାଇଥିଲା। 9 ତାରିଖରେ ଏକ ବୈଠକ ମାଧ୍ୟମରେ ଏକ ନିର୍ବାଚନ କରାଯିବ ବୋଲି ଉପଜିଲ୍ଲାପାଳ ନୋଟିସ ଦେଇଥିଲେ। କିନ୍ତୁ ବୈଠକ ହେଲାନାହିଁ କି ନିର୍ବାଚନ ହେଲାନାହିଁ। ଫଳରେ ସରପଞ୍ଚ ଶାସକ ଦଳର ହୋଇଥିବା ଏହି ନିର୍ବାଚନକୁ ନକରାଇଦେବା ପାଇଁ ଏକ ଚକ୍ରାନ୍ତ କରାଯାଉଛି ବୋଲି ଆଭିଯୋଗ ଆଣିଛନ୍ତି କିଛି ୱାର୍ଡ ମେମ୍ବର।