ଭୁବନେଶ୍ବର:ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦେଶରେ ବିଜୁଳିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ କୋଇଲା ସଙ୍କଟ ମଧ୍ୟ ପରିଲିକ୍ଷିତ ହେଉଛି । ଏହା ଫଳରେ ଅନେକ ରାଜ୍ୟରେ କୋଇଲା ସଙ୍କଟ ଦେଖାଯାଉଛି । ଅନେକ ରାଜ୍ୟରେ କୋଇଲା ସଙ୍କଟକୁ ନେଇ ବିଜୁଳି କାଟ ହେଉଥିବା ବେଳେ ଓଡ଼ିଶାରେ ନାହିଁ କୋଇଲା ସଙ୍କଟ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ମୁଖ୍ୟ ଶାସନ ସଚିବଙ୍କ କହିବା ଅନୁଯାୟୀ," କିଛି ଦିନ ତଳେ ଓଡ଼ିଶାର ପାୱାର ଜେନେରେସନ ନେଇ ସମୀକ୍ଷା ହୋଇଥିଲା । ଅନ୍ୟ ରାଜ୍ୟରେ ଯେପରି 10ରୁ 12 ଘଣ୍ଟା ବିଜୁଳି କାଟ ହେଉଛି ବା କୋଇଲା ପହଞ୍ଚି ପାରୁନି, ସେ ଭଳି ସ୍ଥିତି ଓଡ଼ିଶାରେ ନାହିଁ । କାରଣ ରାଜ୍ୟରେ ସମସ୍ତ କୋଇଲା ଖଣି ଅଛି । ଓଡ଼ିଶାର ସବୁ ପାୱାର ପ୍ଲାଣ୍ଟ ଗୁଡିକୁ ପର୍ଯ୍ୟାପ୍ତ କୋଇଲା ଯୋଗାଇବାକୁ MCL MDଙ୍କ ସହ କଥା ହୋଇ ନିର୍ଦ୍ଦେଶ ଦିଆଯାଇଛି।"