ଭୁବନେଶ୍ବର: ମାସ୍କ ଓ ସର୍ବସାଧାରଣରେ ଛେପ ପକାଇଲେ ଗଣିବେ ମୋଟା ଅଙ୍କର ଫାଇନ । ହୋଇପାରନ୍ତି ଗିରଫ । ରାଜ୍ୟରେ ଜୁନ ମାସ ଏକ ଗୁରୁତ୍ବପୂର୍ଣ୍ଣ । କୋରୋନା ମୁକାବିଲା କରିବାକୁ ହେଲେ ଜୁନ ମାସରେ ଗୁରୁତ୍ବପୂର୍ଣ୍ଣ ପଦେକ୍ଷପ ନିଆଯାଉଛି । ସଟଡାଉନ ସମେତ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ଯିଏ ଏହାର ନିୟମ ଉଲ୍ଲଂଘନ କରନ୍ତି ମୋଟା ଅଙ୍କର ଫାଇନ ସହ ଗିରଫ ହେବେ ।
ରାଜ୍ୟରେ ଖାମଖିଆଲ ଭାବରେ ସହର ଗ୍ରାମାଞ୍ଚଳରେ ସମସ୍ତେ ବୁଲୁଛନ୍ତି । କୋରୋନାକୁ ନେଇ ଯେଉଁ ଗାଇଡଲାଇନ କରାଯାଉଛି ସେନେଇ ସମସ୍ତେ ନିୟମ ମାନିବାକୁ ଅନୁରୋଧ କଲେ ଡିଜିପି । ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଘରୁ ବାହାରିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା । ଏହି ଜୁନ ମାସ ରାଜ୍ୟ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ଅଟେ । ମାସ୍କ ନପିନ୍ଧିଲେ 200 ଟଙ୍କା ବଦଳରେ ଏବେ 500 ଟଙ୍କା ଫାଇନ ଆଦାୟ କରାଯିବ । ଦ୍ବିତୀୟ ଥର ଯଦି ନ ପିନ୍ଧିଥିବ ତେବେ ପୁଣି 500 ଟଙ୍କା ଫାଇନ ଆଦାୟ କରାଯିବ । ଯଦି ତୃତୀୟ ଥର ମାସ୍କ ନ ପିନ୍ଧିଥିବ ତେବେ 1000 ଟଙ୍କା ଫାଇନ ଆଦାୟ କରାଯିବ । ସର୍ବସାଧାରଣରେ ଛେପ ପକାଇଲେ ଏବେ 500 ଟଙ୍କା ଜୋରିମାନା ଦେବାକୁ ପଡିବ ।