ଭୁବନେଶ୍ବର: ଦିଲ୍ଲୀ ନିଜାମୁଦ୍ଦିନ ଘଟଣାରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା । ଭିଡ଼ିଓ କନଫରେନ୍ସିରେ ହୋଇଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଗୃହ ସଚିବ, ପୋଲିସ ଡିଜି ଓ ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ରହିଛନ୍ତି। କୋରୋନା ଚତୁର୍ଥ ପଜେଟିଭଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଏବେ ଖୋଜା ଚାଲିଛି ।
ରାଜ୍ୟ ପୋଲିସ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଖୋଜିବା ଆରମ୍ଭ କରିଛି। ସମସ୍ତଙ୍କୁ ସଙ୍ଗରୋଧରେ ରଖିବାକୁ ବ୍ୟବସ୍ଥା କରାଯାଉଥିବା ବରିଷ୍ଠ ଅଧିକାରୀ ବିଶାଳ ଦେବ ସୂଚନା ଦେଇଛନ୍ତି। ଏହାସହ ଅଧିକ ଟେଷ୍ଟିଙ୍ଗ କିଟ୍ ଓ ମେଡିକାଲ ଉପକରଣ ଅଧିକ ଯୋଗାଇ ଦେବାକୁ କୁହାଯାଇଛି । ଏହା ବ୍ୟତୀତ ରାଜ୍ୟର ଦାବ୍ୟାଙ୍ଗଙ୍କ ସେବା ଅବ୍ୟାହତ ରଖିବା ଉପରେ ମଧ୍ୟ ଗୁତୁତ୍ବ ଦିଆଯାଇଛି।