ଓଡିଶା

odisha

By

Published : Dec 15, 2021, 10:50 AM IST

Updated : Dec 15, 2021, 11:50 AM IST

ETV Bharat / city

Niti Aayog Vice Chairman: ଭୁବନେଶ୍ବର ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ

ଓଡିଶାରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର (Niti Aayog Vice Chairman Rajiv Kumar ) । ଭୁବନେଶ୍ୱର ବିମାନ ବନ୍ଦରୁ ସିଧା ରାଜ୍ୟ ଅତିଥି ଭବନକୁ ଯାଇଛନ୍ତି । ଅଧିକ ପଢନ୍ତୁ

Niti Aayog Vice Chairman: ଭୁବନେଶ୍ବର ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ
Niti Aayog deputy chairman: ଓଡିଶାରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ବର:ଓଡିଶାରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର (Niti Aayog Vice Chairman Rajiv Kumar ) । 3 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଜୀବ । ଭୁବନେଶ୍ୱର ବିମାନ ବନ୍ଦରୁ ସିଧା ରାଜ୍ୟ ଅତିଥି ଭବନକୁ ଯାଇଛନ୍ତି । ପରେ ଦିନ 11ଟାରୁ ଗୋଟାଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ରାଜୀବ ।

Niti Aayog Vice Chairman: ଭୁବନେଶ୍ବର ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ

ଏହି ସମୟରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି ରଖିବେ ରାଜ୍ୟ ସରକାର । କେନ୍ଦ୍ର ତୁରନ୍ତ ଓଡ଼ିଶାକୁ ଫୋକସ ଷ୍ଟେଟ୍‌ର ମାନ୍ୟତା ଦେଇ ସ୍ବତନ୍ତ୍ର ଅର୍ଥ ଯୋଗାଇ ଦେବାକୁ ଦାବି କରିବେ ସରକାର । ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବେ ନୀତି ଆୟୋଗ ଉପାଧ୍ୟକ୍ଷ । ପରେ ଆଜି ସନ୍ଧ୍ୟାରେ ପୁରୀ ଯିବେ ରାଜୀବ କୁମାର । ରହଣୀ ସମୟରେ ସେ ଲିଙ୍ଗରାଜ, କୋଣାର୍କ, ଚିଲିକା ବୁଲିବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ । ୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ଓଡିଶାର ପରକ୍ୟାପିଟାଲ ଇନକମ୍ ଦେଶର ଆୟର ତୁଳନାରେ ଅଧିକ ରହିଥିବା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି । ଏହା ସହ ଓଡିଶାରେ ଭରପୂର ଖଣିଜ ପଦାର୍ଥ ମହଜୁଦ୍ ରହିଛି ଏବଂ ତାହା କିପରି ଅଧିକ ବଢିପାରିବ ଓ ଅଧିକ ସଦୁପୋଯୋଗ ହୋଇପାରିବ ସେନେଇ ମଧ୍ୟ ଆଲୋଚନା ହେବ । ଏହା ସହ ଓଡିଶାର ପର୍ଯ୍ୟଟନ ଓ କୃଷିର ଅଗ୍ରଗତି କିପରି ହୋଇପାରିବ ସେନେଇ ଆଲୋଚନା କରାଯିବ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ଓ ସଞ୍ଜୀବ ରାୟ ,ଇଟିଭି ଭାରତ

Last Updated : Dec 15, 2021, 11:50 AM IST

ABOUT THE AUTHOR

...view details