ଓଡିଶା

odisha

By

Published : Dec 15, 2021, 10:07 PM IST

ETV Bharat / city

ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କଲେ ନୀତି ଆୟୋଗ ଉପାଧ୍ୟକ୍ଷ

ଓଡିଶା ଗସ୍ତରେ ଆସିଥିବା ନୀତି ଅୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ରାଜ୍ୟର ଶିଳ୍ପ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି । ରାଜ୍ୟର ଶିଳ୍ପାୟନର ଅଭିବୃଦ୍ଧି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଶିଳ୍ପ ପ୍ରତିନିଧିଙ୍କ ମତାମତ ଲୋଡିଛନ୍ତି । ଅଧିକ ପଢନ୍ତୁ

ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କଲେ ନୀତି ଆୟୋଗ ଉପାଧ୍ୟକ୍ଷ
ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କଲେ ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ବର:ଓଡିଶା ଗସ୍ତରେ ଆସିଥିବା ନୀତି ଅୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ରାଜ୍ୟର ଶିଳ୍ପ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି । ରାଜ୍ୟର ଶିଳ୍ପାୟନର ଅଭିବୃଦ୍ଧି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଶିଳ୍ପ ପ୍ରତିନିଧିଙ୍କ ମତାମତ ଲୋଡିଛନ୍ତି । ଲୋକସେବା ଭବନ କନଭେନସନ ହଲରେ ରାଜ୍ୟର ଶିଳ୍ପ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି ନୀତି ଅୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ରାଜ୍ୟର ଶିଳ୍ପର ବିକାଶ ଏବଂ ସମସ୍ୟା ଓ ପୁଞ୍ଜିନିବେଶ ନେଇ ସେ ଶିଳ୍ପ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି ।

ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କଲେ ନୀତି ଆୟୋଗ ଉପାଧ୍ୟକ୍ଷ

ଓଡିଶାରେ ଶିଳ୍ପାୟନର ଅଭିବୃଦ୍ଧି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମତାମତ ଲୋଡିଛନ୍ତି ।ଏହା ସହ ରାଜ୍ୟର ବିଭିନ୍ନ ସାମାଜିକ ସଂଗଠନ ଓ ଶିକ୍ଷାବିତଙ୍କ ସହିତ ଆଲୋଚନା କରିଛନ୍ତି ରାଜୀବ । ରାଜ୍ୟରେ ଶିକ୍ଷାଗତ ଢାଞ୍ଚା ପରିବର୍ତ୍ତନ ଉପରେ ଆଲୋଚନା ହୋଇଛି । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପ୍ରଦିପ କୁମାର ଜେନା, ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା, ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, କୃଷି ସଚିବ ତଥା କମିଶନର ସୁରେଶ କୁମାର ବଶିଷ୍ଠ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details