ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନିତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ । ରେଳବାଇ, ବ୍ୟାଙ୍କିଙ୍ଗ ଓ ଟାୱାର ପ୍ରତିଷ୍ଠା କ୍ଷେତ୍ରରେ ଓଡିଶା ପଛୁଆ ଥିବାରୁ ଏଥିରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ନବୀନ ନିବାସରେ ହୋଇଥିବା ଏହି ଭେଟଘାଟ ସମୟରେ ନିତି ଆୟୋଗର ସଦସ୍ୟ ଡ. ବିନୋଦ କେ. ପଲ ଓ 5ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।
ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନିତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ । ଉଭୟଙ୍କ ମଧ୍ୟରେ ପ୍ରାୟ 45 ମିନିଟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳା ବାବଦରେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ଉପାଧ୍ୟକ୍ଷଙ୍କୁ ଅବଗତ କରିଛନ୍ତି । ରାଜ୍ୟ ବିକାଶରେ ରେଳବାଇ, ବ୍ୟାଙ୍କିଙ୍ଗ ଓ ଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ ଦିଗ ।