ହାଇଦ୍ରାବାଦ: କୃଷି କାର୍ଯ୍ୟରେ ଅଭିନବ ପ୍ରଦ୍ଧତି ସହ ଜଳ ସଂରକ୍ଷଣ ଏବଂ ନୂତନ ପ୍ରଣାଳୀରେ ସ୍ଥାୟୀ ଉନ୍ନତ ଚାଷ କରି ପୁଣି ସଫଳତାର ଆଉ ପାଦେ ଆଗରେ ଓଡ଼ିଶା । ରାଜ୍ୟର ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲା ଏହି କ୍ରମରେ ନିତି ଆୟୋଗ ତାଲିକାର ଶୀର୍ଷରେ ଅଛନ୍ତି ।
ଜଳ ସଂରକ୍ଷଣ କରିବା ସହ କୃଷି କାର୍ଯ୍ୟ ପାଇଁ ଅସମ୍ଭବ ସଦୃଶ ଜମିରେ ସ୍ଥାୟୀ କୃଷି କାର୍ଯ୍ୟକୁ ସମ୍ଭବ କରିପାରିଛନ୍ତି ଏହି ଜିଲ୍ଲାର ଚାଷୀ । ଦେଶର ପ୍ରମୁଖ ପାଞ୍ଚଟି ଜିଲ୍ଲା ତାଲିକାରେ ଶୀର୍ଷରେ ରହିଛି ଓଡିଶାର ନବରଙ୍ଗପୁର । ସେହିପରି ପଞ୍ଚମ ସ୍ଥାନରେ ରହିଛି କନ୍ଧମାଳ।