ଭୁବନେଶ୍ବର: ଲକଡାଉନ ସମୟରେ ଆଧୁନିକ ଯୋଗାଯୋଗର ଏକ ନୂଆ ମାଧ୍ୟମ ଖୋଜି ବାହାର କରିଛନ୍ତି ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀ । ‘ମାଇଓଆରଜି360’ ନାମକ ଏହି ଆପର ଟ୍ରାଏଲ ଭର୍ସନରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି କି ଯୁବକ ଯୁବତୀଙ୍କ ଏହି ପ୍ରୟାସ ସତରେ ପ୍ରଶଂସନୀୟ । ଏହା ଡିଜିଟାଲ ଯୋଗାଯୋଗର ସ୍ବଦେଶୀ ଉପକରଣ ହୋଇପାରିବ । ଯାହା ଘରେ ରହି ଅନଲାଇନ ଯୋଗାଯୋଗରେ ପ୍ରମୁଖ ଭୂମିକା ବହନ କରିବ ।
ଲକଡାଉନରେ ନୂଆ ଭିଡିଓ ଆପ୍ ଆଣିଲେ ଏନଆଇଟି ରାଉରକେଲା ଛାତ୍ରଛାତ୍ରୀ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଲକଡାଉନ ସମୟରେ ଆଧୁନିକ ଯୋଗାଯୋଗର ଏକ ନୂଆ ମାଧ୍ୟମ ଖୋଜି ବାହାର କରିଛନ୍ତି ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀ । ‘ମାଇଓଆରଜି360’ ନାମକ ଏହି ଆପର ଟ୍ରାଏଲ ଭର୍ସନରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଲକଡାଉନରେ ନୂଆ ଭିଡିଓ ଆପ୍ ଆଣିଲେ ଏନଆଇଟି ରାଉରକେଲା ଛାତ୍ରଛାତ୍ରୀ
ସାଂପ୍ରତିକ ପରିସ୍ଥିତିରେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ତେବେ ଏହି ଭିଡିଓ ଆପ ପ୍ରସ୍ତୁତ କରିଥିବା ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇ ଧର୍ମେନ୍ଦ୍ର ବିଶେଷ ପ୍ରଭାବିତ ହୋଇଥିବା କହିଛନ୍ତି । ଏହା କୋରୋନା ମହାମାରୀ ସମୟରେ ଆଧୁନିକ ଯୋଗାଯୋଗର ମାଧ୍ୟମ ସାଜିବ । ତେବେ ଏନେଇ ସେ ଟ୍ବିଟ କରି ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଡିଜିଟାଲ ଦୁନିଆରେ ପରିବର୍ତ୍ତନର ଉଦ୍ୟମ ପାଇଁ ସେମାନଙ୍କ ସଫଳତା କାମନା କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ