ଭୁବନେଶ୍ବର: ଭୁବନେଶ୍ୱର ନାଇଜର (National Institute of Science Education and Research) ଠାରେ କ୍ୟାନସର ହସ୍ପିଟାଲ ନିର୍ମାଣ ସମୀକ୍ଷା କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଆଜି ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ଜଟଣୀ ଠାରେ NISER ଠାରେ 650 କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଟାଟା ମେମୋରିଆଲ ସହଯୋଗରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ସମୀକ୍ଷା କରିଛନ୍ତି ସାଂସଦ ।
ଏହି ପ୍ରକଳ୍ପ ପାଇଁ ଆଗାମୀ 3 ମାସ ମଧ୍ୟରେ ଭିତ୍ତିପ୍ରସ୍ତର ସ୍ଥାପନ ହେବ ଏବଂ ପରବର୍ତ୍ତୀ 18 ମାସ ମଧ୍ୟରେ ନିର୍ମାଣ ସମାପ୍ତ ହେବ । ହସ୍ପିଟାଲ ବ୍ୟତୀତ ହଷ୍ଟେଲ, ଧର୍ମଶାଳା, ଗେଷ୍ଟ ହାଉସ, ଷ୍ଟାଫ କ୍ୱାଟର, ବିଦ୍ୟାଳୟ ଆଦି ନିର୍ମାଣ ହେବ । ରୋଗୀ ଚିକିତ୍ସା ସହ ରିସର୍ଚ୍ଚ ଏବଂ ଔଷଧ ନିର୍ମାଣ ମଧ୍ୟ ହେବାର ବ୍ୟବସ୍ଥା ହେବ ।