ଓଡିଶା

odisha

By

Published : Sep 23, 2019, 5:39 PM IST

ETV Bharat / city

ନିର୍ମାଣ ଶ୍ରମିକଙ୍କ ରାଜ୍ୟ ଶ୍ରମ କମିଶନର ଘେରାଉ

ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକରଣ ଓ ହିତାଧିକାରୀଙ୍କୁ ବେନିଫିଟ ପ୍ରଦାନ ଦାବିରେ ରାଜ୍ୟ ଶ୍ରମ କମିଶନର ଅଫିସ ଘେରାଉ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ରାଜ୍ୟ ଶ୍ରମ କମିଶନର ଅଫିସ ଘେରିଲେ ନିର୍ମାଣ ଶ୍ରମିକ । ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ ଓ ହିତାଧିକାରୀଙ୍କୁ ବେନିଫିଟ ପ୍ରଦାନ ଦାବିରେ ରାଜ୍ୟ ଶ୍ରମ କମିଶନର ଅଫିସ ଘେରାଉ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ନିର୍ମାଣ ଶ୍ରମିକ ଓ ହିତାଧିକାରୀ ଏହି ବିକ୍ଷୋଭ ସମାବେଶରେ ଯୋଗ ଦେଇ ପଞ୍ଜିକରଣ ଓ ବେନିଫିଟ ପ୍ରଦାନରେ ଅହେତୁକ ବିଳମ୍ବ ହେଉଥିବା ପ୍ରତିବାଦ କରିଥିଲେ । ଏହାସହ ତୁରନ୍ତ 23 ଦଫା ଦାବି ପୂରଣ କରିବାକୁ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟ ୟୁନିଅନର ସଭାପତି ବିଷ୍ଣୁ ମହାନ୍ତିଙ୍କ ନେତୃତ୍ବରେ ସିଆଇଟିୟୁର ସହଯୋଗରେ ହଜାର ହଜାର ଶ୍ରମିକମାନେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଅଫିସ ଘେରାଉ କରିଥିଲେ । ରାଜ୍ୟ ସରକାର ଅଗଣତାନ୍ତ୍ରିକ ଭାବେ ଗତ ମେ 30’ରେ ଓଡିଶା ବିଲ୍ଡିଂଙ୍ଗ ଓ କଷ୍ଟ୍ରକ୍ସନ ୱାର୍କରସ ଆମେଣ୍ଡମେଣ୍ଟ ରୁଲରେ ସଂଶୋଧନ କରିଛନ୍ତି ।

ଯାହାକି କଲ୍ୟାଣ ବୋର୍ଡର ବୈଠକ ନ ଡାକି ଅତି ଚଞ୍ଚକତା ଭାବରେ କରିଥିବା ସଙ୍ଘ ପକ୍ଷରୁ କୁହାଯାଇଛି । ଯାହା ଫଳରେ ହଜାର ହଜାର ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇ ପାରୁନାହାନ୍ତି କି, ଦୀର୍ଘଦିନ ଧରି ବେନିଫିଟ ପାଉନାହାଁନ୍ତି । ଆଜି ସଙ୍ଘ ପକ୍ଷରୁ ଶ୍ରମ କମିଶନ ଓ ସଚିବଙ୍କୁ ଭେଟି 23 ଦଫା ଦାବି ପୂରଣ ପାଇଁ କୁହାଯାଇଛି । ଏହା ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଙ୍ଘର ଉପସଭାପତି ପ୍ରଫୁଲ୍ଲ ନାୟକ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details