ଭୁବନେଶ୍ବର:ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା । ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା (NIRF) ତାଲିକାରେ ତିନୋଟି ବର୍ଗରେ ନାହିଁ ଓଡ଼ିଶାର କୌଣସି କଲେଜ । କଲେଜ, ଫାର୍ମାସି, ଆର୍କିଟେକଚର ବର୍ଗରେ NIRF 100 ତାଲିକାରେ ଓଡ଼ିଶାର କୌଣସି କଲେଜ ସ୍ଥାନ ହାସଲ କରିପାରିନାହିଁ । ତେବେ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ଶ୍ରେଷ୍ଠ 100 ଇଞ୍ଜିନିୟର କଲେଜ ତାଲିକାରେ ଓଡିଶାର ୪ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନକୁ ସ୍ଥାନ ମିଳିଛି । ଏନଆଇଟି(NIT)କୁ 15, ସୋଆକୁ 27, IIT ଭୁବନେଶ୍ୱରକୁ 36 ମାନ୍ୟତା ମିଳିଥିବାବେଳେ କିଟକୁ ମିଳିଛି 42 ମାନ୍ୟତା । ସେହିପରି ସିଭିରମଣ 98ତମ ସ୍ଥାନରେ ରହିଛି ।
ସେହିପରି ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା(National Institutional Rankings Framework) ବିଶ୍ୱବିଦ୍ୟାଳୟରେ ସୋଆ 16, କିଟ୍ 20, ଉତ୍କଳ ବିଶ୍ୱବିଦ୍ୟାଳୟକୁ 88 ସ୍ଥାନ ମିଳିଛି । ଅନ୍ୟପଟେ ମେଡିକାଲ ଶିକ୍ଷାରେ ସୋଆ 18, ଏମ୍ସ 26, କିଟ୍ 30, ଏସସିବିକୁ 44 ମାନ୍ୟତା ମିଳିଛି । ରିସର୍ଚ୍ଚ ଶିକ୍ଷାନୁଷ୍ଠାନରେ ରାଉରକେଲାର NIT 24 ରାଙ୍କ, IIT ଭୁବନେଶ୍ୱରର 37 ରାଙ୍କ, ସୋଆ 45 ରାଙ୍କ ଏବଂ କିଟ ରହିଛି 47 ରାଙ୍କ । ମ୍ୟାନେଜମେଣ୍ଟ XIM-35, କିଟ୍ 48, IIM 66, IMIBକୁ 70 ମାନ୍ୟତା ମିଳିଛି । ଡେଣ୍ଟାଲରେ ଓଡ଼ିଶାରୁ 2ଟି କଲେଜ ରହିଛି ।