ଓଡିଶା

odisha

ETV Bharat / city

ମନୋଜ ଦାସଙ୍କ ସ୍ମୃତିରକ୍ଷା ସ୍ବାଗତ ଯୋଗ୍ୟ କହିଲେ ନିରଞ୍ଜନ - ସାହିତ୍ୟ ଏକାଡେମୀ

ସ୍ମୃତିରକ୍ଷାକୁ ସ୍ବାଗତ ଯୋଗ୍ୟ କହିଲେ ପିସିସି ସଭାପତି । ଓଡ଼ିଆ-ଇଂରାଜୀ ଭାଷାର ସମଗ୍ର କୃତିକୁ ପ୍ରକାଶ କରିବା ଲାଗି ଓଡ଼ିଶା ସାହିତ୍ୟ ଏକାଡେମୀକୁ ଦିଆଯାଉ କହିଲେ ନିରଞ୍ଜନ । ଅଧିକ ପଢନ୍ତୁ....

ମନୋଜ ଦାସଙ୍କ ସ୍ମୃତିରକ୍ଷାକୁ ସ୍ବାଗତ ଯୋଗ୍ୟ କହିଲେ ନିରଞ୍ଜନ
ମନୋଜ ଦାସଙ୍କ ସ୍ମୃତିରକ୍ଷାକୁ ସ୍ବାଗତ ଯୋଗ୍ୟ କହିଲେ ନିରଞ୍ଜନ

By

Published : May 5, 2021, 5:43 PM IST

ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ ମନୋଜ ଦାସଙ୍କ ସ୍ମୃତିରକ୍ଷା ନିମନ୍ତେ ଓଡ଼ିଶା ସରକାରଙ୍କ ପଦକ୍ଷେପ ସ୍ବାଗତ ଯୋଗ୍ୟ । ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସରକାରଙ୍କ ଏହି ପଦକ୍ଷେପକୁ ସ୍ଵାଗତ କରିଛନ୍ତି । ଏହା ସହ ଆଉ କେତୋଟି ପ୍ରସ୍ତାବ ଦେଇଛନ୍ତି ନିରଞ୍ଜନ । ମନୋଜ ଦାସଙ୍କ ନାମରେ ନାମିତ ହେବାକୁ ଯାଉଥିବା ପୁରସ୍କାର କେବଳ ଇଂରାଜୀରେ ଲେଖୁଥିବା ଓଡ଼ିଆ ଲେଖକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ସରକାର ଘୋଷଣା କରିଛନ୍ତି ।

ତେବେ ଏହା ପ୍ରତ୍ୟେକ ଭାରତୀୟ ଭାଷାରେ ଲିଖିତ ଉଚ୍ଚକୋଟୀର ଲେଖାକୁ ସମ୍ମାନିତ କରୁ ଯେଉଁଥିରେ ଇଂରାଜୀ ମଧ୍ୟ ଅନ୍ତର୍ଭୁକ୍ତ ରହୁ ବୋଲି ନିରଞ୍ଜନ ପ୍ରସ୍ତାବ ଦେଇଛନ୍ତି । ଅନ୍ୟ ଦେଶକୁ ସଂପୃକ୍ତ ନ କରି କୌଣସି ପୁରସ୍କାରକୁ ଆନ୍ତର୍ଜାତିକ ପୁରସ୍କାର କହିବା ଉଚିତ ନୁହେଁ ବୋଲି କହିଛନ୍ତି ନିରଞ୍ଜନ । ତେଣୁ ଏହାକୁ ବାସ୍ତବିକ ଅର୍ଥରେ ଆନ୍ତର୍ଜାତିକ କରିବା ଲାଗି ଯଥେଷ୍ଟ ବ୍ୟୟ ବରାଦ କରାଯାଉ । ଅନ୍ୟପଟେ ମନୋଜ ଦାସଙ୍କ ଭାରତୀୟ ସମ୍ମାନ ଭାବରେ ଏହାକୁ ନାମିତ କରାଯାଉ ବୋଲି ନିରଞ୍ଜନ ପ୍ରସ୍ତାବ ଦେଇଛନ୍ତି ।

ସେହିପରି ଭୁବନେଶ୍ବରର ମୁଖ୍ୟ ଛକରେ ମନୋଜ ଦାସଙ୍କ ବିଶାଳ ପ୍ରତିମୂର୍ତ୍ତି ଓ ପାର୍କ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଉଦ୍ୟମ କରନ୍ତୁ ବୋଲି ନିରଞ୍ଜନ କହିଛନ୍ତି । ଏହା ସହ ମନୋଜ ଦାସଙ୍କ ନାମରେ ଓଡ଼ିଶାର ଯେକୌଣସି ଏକ ବିଶ୍ବବିଦ୍ୟାଳୟକୁ ନାମିତ କରାଯାଉ । ଅନୁରୂପ ଭାବେ ପଣ୍ଡିଚେରୀ, ଦିଲ୍ଲୀ ଏବଂ ଓଡ଼ିଶାର ଗୋଟିଏ ଗୋଟିଏ ବିଶ୍ବବିଦ୍ୟାଳୟରେ ମନୋଜ ଦାସ ଚେୟାର ପ୍ରତିଷ୍ଠା ମଧ୍ୟ କରାଯାଉ ।

ମନୋଜ ଦାସଙ୍କ ଓଡ଼ିଆ-ଇଂରାଜୀ ଭାଷାର ସମଗ୍ର କୃତିକୁ ପ୍ରକାଶ କରିବା ଲାଗି ଓଡ଼ିଶା ସାହିତ୍ୟ ଏକାଡେମୀକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନିରଞ୍ଜନ ଦାବି ରଖିଛନ୍ତି । ମନୋଜ ଦାସଙ୍କ ନାମରେ ଏକ ଆନ୍ତର୍ଜାତିକ ସ୍ମାରକୀ ବକ୍ତୁତା କାର୍ଯ୍ୟକ୍ରମ ହେଉ ଯାହା ଆନ୍ତର୍ଜାତିକ ସ୍ତରର ସାହିତ୍ୟକଙ୍କୁ ଆମନ୍ତ୍ରଣ କରିବ । ଶଙ୍ଖାରି ଗ୍ରାମରେ ମନୋଜଙ୍କ ସ୍ମୃତିରକ୍ଷା ଉଦ୍ୟମକୁ ନିରଞ୍ଜନ ସ୍ବାଗତ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details