ଓଡିଶା

odisha

ETV Bharat / city

Niti Aayog report; ରାଜ୍ୟ ସରକାରଙ୍କୁ ଘେରିଲେ ନିରଞ୍ଜନ ପଟ୍ଟନାୟକ - ଓଡିଶା କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମନ୍ତବ୍ୟ

ନୀତି ଆୟୋଗ ରିପୋର୍ଟ (Niti Aayog report) ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କୁ ଘେରିଲେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟ । ନିରଞ୍ଜନ କହିଛନ୍ତି ଦାରିଦ୍ର୍ୟକୁ ନେଇ ନୀତି ଅୟୋଗର ସଦ୍ୟତମ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଧିକ ପଢନ୍ତୁ

ନିରଞ୍ଜନ ପଟ୍ଟନାୟକ
ନିରଞ୍ଜନ ପଟ୍ଟନାୟକ

By

Published : Nov 26, 2021, 7:54 PM IST

ଭୁବନେଶ୍ବର: ନୀତି ଆୟୋଗ ରିପୋର୍ଟ (Niti Aayog report) ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କୁ ଘେରିଲେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟ (Pradesh Congress President Niranjan Patnaik ) । ନିରଞ୍ଜନ କହିଛନ୍ତି ଦାରିଦ୍ର୍ୟକୁ ନେଇ ନୀତି ଅୟୋଗର ସଦ୍ୟତମ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାରା ଭାରତରେ ଦାରିଦ୍ର୍ୟତାରେ ଓଡିଶା ନବମ ସ୍ଥାନରେ ରହିଛି ।

Niti Aayog report; ରାଜ୍ୟ ସରକାରଙ୍କୁ ଘେରିଲେ ନିରଞ୍ଜନ ପଟ୍ଟନାୟକ

ନିରଞ୍ଜନ କହିଛନ୍ତି ଓଡିଶା ସବୁଥିରେ ପଛରେ ପଡିଛି । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଆଗରେ ଅଛନ୍ତି। ଆମ ମୁଖ୍ୟମନ୍ତ୍ରୀ ଏକ ନମ୍ବର। ଆମେ 21 ବର୍ଷ ଧରି ଗୋଟିଏ ଶାସନକୁ ବାଛିଚ୍ଛେ। ଲୋକଙ୍କ ରୋଜଗାର, ଜିଡିପି , କର୍ମ ନିଯୁକ୍ତି ନାହିଁ । ଦେଶ ଓ ରାଜ୍ୟର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି। କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଠକିବାରେ ବ୍ୟସ୍ତ। ଯୁବକ ମାନେ କର୍ମ ନିଯୁକ୍ତି ପାଇଛନ୍ତି କି ନାହିଁ ସରକାର ଜାଣନ୍ତି ନାହିଁ ? ଶିଳ୍ପାୟନ ନାହିଁ। ଚାଷ ପାଇଁ ଜଳ ସେଚନ ନାହିଁ । ଗରିବ କମିନାହିଁ । ତେଣୁ କିଭଳି ଲୋକଙ୍କର ଅଧିକ ଉନ୍ନତି ହେବ ? ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟଯେ ଗତକାଲି(ଗୁରୁବାର) ନୀତି ଆୟୋଗ ରିପୋର୍ଟ ପ୍ରକାଶ ପାଇଥିଲା। ଦାରିଦ୍ର୍ୟରେ ବିହାର ଏକ ନମ୍ବର ଥିବା ବେଳେ ଓଡିଶା ନବମ ସ୍ଥାନରେ ରହିଛି। ରାଜ୍ୟରେ ୩ ଜଣଙ୍କ ମଧରେ ଜଣେ ଗରିବ ଥିବା ରିପୋର୍ଟରେ ଦର୍ଶାଯାଇଛି ।

ଏହାସହ ରାଜ୍ୟର ନବରଙ୍ଗପୁର ଜିଲ୍ଲା ଦାରିଦ୍ର୍ୟତାରେ ସର୍ବାଧିକ ଥିବାବେଳେ ପୁରୀରେ ସର୍ବନିମ୍ନ ରହିଛି। ଦାରିଦ୍ର୍ୟ କ୍ଷେତ୍ରରେ ଜାତୀୟ ହାର ୨୫.୦୧ ପ୍ରତିଶତ ଥିବା ବେଳେ ଓଡିଶାରେ ଏହା ୨୯.୩୫ ପ୍ରତିଶତ ରହିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details