ଭୁବନେଶ୍ବର:ପ୍ରଦେଶ କଂଗ୍ରେସ କମିଟିରେ ସଭାପତି ପରିବର୍ତ୍ତନ ନେଇ ଆଲୋଚନା ଜୋର ଧରିଛି । ତେବେ କିଏ ଓ କେବେ ଓଡ଼ିଶା କଂଗ୍ରେସ କମିଟି ମଙ୍ଗ ଧରିବ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ । ପରବର୍ତ୍ତୀ ପିସିସି ମୁଖିଆ କିଏ ହେବେ ଓଡ଼ିଶାରେ ଏହାର ସମାଧାନ ହୋଇପାରିଲା ନାହିଁ ଶେଷରେ ଦିଲ୍ଲୀ ଦରବାରରୁ ଆସିଲା ଡାକରା ।
ମେ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସକୁ ନୂଆ ସଭାପତି ମିଳିଯିବ ବୋଲି ଆଲୋଚନା ହେଉଥିଲା । ତେବେ ମେ ୫ ତାରିଖ ନୁହେଁ ବରଂ ୯ ତାରିଖରେ ଦିଲ୍ଲୀ ଯିବେ କଂଗ୍ରେସ ନେତା ଓ ବିଧାୟକ । ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।