ଭୁବନେଶ୍ବର: ମହିଳା ଦିବସକୁ ନେଇ ବିଜେପି ରାଜ୍ୟର 36ଟି ସାଙ୍ଗଠନିକ ଜିଲ୍ଲା ଯିବା ପାଇଁ ନିଷ୍ପତ୍ତି ନେଇଛି । ରାଜ୍ୟରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଦୁଷ୍କର୍ମ ଏବଂ ଶିଶୁହତ୍ୟାକୁ ନେଇ ମହିଳାମାନଙ୍କ ସଚେତନତା ପାଇଁ କାର୍ଯ୍ୟକ୍ରମ କରିବ ଦଳ । ଅନ୍ୟପଟେ କେନ୍ଦ୍ର ସରକାର ମହିଳାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି । ତେଣୁ ବିଜେପି ମହିଳା ମୋର୍ଚ୍ଚା ଏହାକୁ ନେଇ ସାଙ୍ଗଠନିକ ଜିଲ୍ଲାରେ କାର୍ଯ୍ୟକ୍ରମ କରିବ ବୋଲି ବିଜେପି ମହିଳା ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ।
ମହିଳାମାନଙ୍କ ପାଇଁ ସଂରକ୍ଷଣ ବିଲ ପାରିତ କରନ୍ତୁ: ପିସିସି - ବିଜେପିର ସାଙ୍ଗଠନିକ ଜିଲ୍ଲା ଭ୍ରମଣ
ମହିଳା ଦିବସକୁ ନେଇ ବିଜେପି ରାଜ୍ୟର 36ଟି ସାଙ୍ଗଠନିକ ଜିଲ୍ଲା ଯିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଯଦି ସରକାର ମହିଳାଙ୍କ ସମ୍ମାନ କରନ୍ତି ତେବେ ମହିଳା ସଂରକ୍ଷଣ ବିଲ ପାରିତ କରନ୍ତୁ ବୋଲି ପ୍ରତିକ୍ରିୟା ରଖିଲେ ପିସିସି ସଭାପତି । ଅଧିକ ପଢନ୍ତୁ...
ମହିଳାମାନଙ୍କ ପାଇଁ ସଂରକ୍ଷଣ ବିଲ ପାରିତ କରନ୍ତୁ: ପିସିସି
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ କହିଛନ୍ତି, ବିଜେପି ବିଜେଡି ଉଭୟଙ୍କ ସରକାର ରହିଛି । କେନ୍ଦ୍ର ସରକାର ଯେକୌଣସି ବିଲ୍ ପାସ କଲେ ବିଜେଡି ସମର୍ଥନ କରୁଛି । ଅତୀତରେ କଂଗ୍ରେସ ମହିଳାଙ୍କ ସଂରକ୍ଷଣ ବିଲ ପାରିତ କରିବା ପାଇଁ ଚେଷ୍ଟା କରିଥିଲା । ଯଦି ସତରେ ସରକାର ମହିଳାମାନଙ୍କ ଭଲ ଚିନ୍ତା କରୁଛନ୍ତି, ତେବେ ସ୍ଥାନ ସଂରକ୍ଷଣ ପାଇଁ ବିଲ୍ ପାସ କରନ୍ତୁ ବୋଲି ପ୍ରତିକ୍ରିୟା ଦେଲେ ପିସିସି ସଭାପତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ