ଓଡିଶା

odisha

ETV Bharat / city

ନବମ ଓ ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକରେ ଆଂଶିକ ପରିବର୍ତ୍ତନ - ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

2020-21 ଶିକ୍ଷାବର୍ଷ ପାଇଁ ନବମ ଓ ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକରେ ପରିବର୍ତ୍ତନ ହୋଇଛି । ଏହା ବଦଳରେ ନୂତନ ବିଷୟବସ୍ତୁକୁ ସ୍ଥାନ ଦିଆଯାଇଛି । ଅଧିକ ପଢନ୍ତୁ...

ନବମ ଓ ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକରେ ଆଂଶିକ ପରିବର୍ତ୍ତନ
ନବମ ଓ ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକରେ ଆଂଶିକ ପରିବର୍ତ୍ତନ

By

Published : Apr 16, 2020, 1:38 AM IST

ଭୁବନେଶ୍ବର: ଆଗାମୀ ଶିକ୍ଷାବର୍ଷ ପାଇଁ ରାଜ୍ୟର ପାଠ୍ୟପୁସ୍ତକରେ ଆଂଶିକ ପରିବର୍ତ୍ତନ ହୋଇଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଦଶମ ଓ ନବମ ଶ୍ରେଣୀ ପାଠ୍ୟକ୍ରମରେ ସାମାନ୍ୟ ବଦଳାଯାଇଥିବା ସେ କହିଛନ୍ତି ।

ନବମ ଓ ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକରେ ଆଂଶିକ ପରିବର୍ତ୍ତନ

2020-21 ଶିକ୍ଷାବର୍ଷ ପାଇଁ ନବମ ଓ ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକରେ ପରିବର୍ତ୍ତନ ହୋଇଛି । ସୂଚନାଯୋଗ୍ୟ ଯେ ନବମ ଶ୍ରେଣୀର କେବଳ ଓଡିଆ ଓ ଇଂରାଜୀ ବହିର କେତୋଟି ବିଷୟବସ୍ତୁକୁ ବାଦ ଦିଆଯାଇ ନୂତନ ଚାପ୍ଟରକୁ ସ୍ଥାନ ଦିଆଯାଇଛି ।

ସେହିପରି ଦଶମ ଶ୍ରେଣୀ ପାଇଁ ସାହିତ୍ୟ ସିନ୍ଧୁ, ମିଳନସାର ଇଂରାଜୀରେ ଦକ୍ଷତା, ମାଧ୍ୟମିକ ବୀଜଗଣିତ, ମାଧ୍ୟମିକ ଜ୍ୟାମିତି, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ, ଇତିହାସ, ରାଜନୀତି ବିଜ୍ଞାନ, ଭୂଗୋଳ ଓ ଅର୍ଥନୀତି ପୁସ୍ତକର କେତେକ ଚାପ୍ଟରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ଏହା ବଦଳରେ ନୂତନ ବିଷୟବସ୍ତୁକୁ ସ୍ଥାନ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details