ଭୁବନେଶ୍ବର: ଜାତୀୟ ସମ୍ପତ୍ତିର ଘରୋଇକରଣ ପ୍ରତିବାଦରେ ନୀଳାଚଳ ଇସ୍ପାତ କର୍ମଚାରୀଙ୍କ ଧାରଣା । ବନ୍ଦ ପଡିଥିବା କଳିଙ୍ଗନଗର ନିଳାଚଳ ଇସ୍ପାତ କାରଖାନାକୁ ପୁନଃ ଚାଲୁ କରିବା ଓ କର୍ମଚାରୀଙ୍କ ବକେୟା ଦରମା ଦେବାକୁ ଦାବି କରିଛନ୍ତି । ନୀଳାଚଳ ଅଫିସର ଆସୋସିଏସନ ପକ୍ଷରୁ ଲୋର ପିଏମ ଠାରେ ଧାରଣାରେ ବସିବା ସହ ସରକାରୀ ବିରୋଧୀ ନାରାବାଜି ଦେଇଥିଲେ ଆନ୍ଦୋଳନରତ କର୍ମଚାରୀ।
ଗତ ବର୍ଷେ ହେବ କାରଖାନା ବନ୍ଦ ପଡିଛି । କର୍ମଚାରୀ ସେମାନଙ୍କ ବକେୟା ଦରମା ମିଳିନାହିଁ। ଫଳରେ ଜୀବନ-ଜୀବିକା ମଧ୍ୟରେ ଯୁଝି ହେଉଛନ୍ତି କର୍ମଚାରୀ । ଏପରିକି କମ୍ପାନୀ ଏମାନଙ୍କୁ ଥଇଥାନ ସହ ଦୀର୍ଘ ମିଆଦି ଚୁକ୍ତିରେ କାରଖାନା ଚଳାଇବାର ପ୍ରତିଶୃତି ଦେଇଥିଲା । କିନ୍ତୁ କୋଭିଡ ପରେ କମ୍ପାନୀ ଥଇଥାନ ବଦଳରେ ୟୁନିଟକୁ ବନ୍ଦ କରିଦେଇଛି ।ମୌଳିକ ସୁବିଧା ମଧ୍ୟ କର୍ମଚାରୀମାନେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।ଯାହାକୁ ନେଇ କର୍ମଚାରୀମାନେ ମଙ୍ଗଳବାର ଧାରଣା ଦେଇଥିଲେ । ରାଜ୍ୟ ସରକାର ଇସ୍ପାତ କାରଖାନାକୁ ଆଉ ଥରେ ଚଳାଇବା ସହ ବକେୟା ଦରମା ଦେବାରେ ସହାୟକ ହେବାକୁ ଅନୁରୋଧ କରିଛନ୍ତି ।