ଓଡିଶା

odisha

By

Published : Sep 20, 2019, 6:42 PM IST

ETV Bharat / city

‘ପୋଲିସ ହସ୍ତକ୍ଷେପ କରିଥିଲେ ହୁଏତ ନିହାରୀକା ଜୀବିତ ଥାଆନ୍ତେ’

ନିହାରୀକା ହତ୍ୟା ଘଟଣାରେ ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଜୋରଦାର ବର୍ଷିଛନ୍ତି ଲେଖାଶ୍ରୀ । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନର୍ସ ନିହାରୀକା ହତ୍ୟା ଘଟଣାରେ ପ୍ରଶାସନ ଓ ପୋଲିସର ନିଷ୍କ୍ରିୟତାକୁ ନେଇ ଜୋରଦାର ବର୍ଷିଛନ୍ତି ବିଜେପି ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟସରକାର ୫‘ଟି’ର କଥା କହୁଛନ୍ତି । ମୋ ସରକାର, ମୋ ବସ, ମୋ ପୋଲିସର କଥା କହୁଛନ୍ତି । କିନ୍ତୁ ମହିଳା ସୁରକ୍ଷା ନେଇ ପୋଲିସ ଓ ପ୍ରଶାସନ ଚୁପ୍‌ ବସିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗୃହ ବିଭାଗର ମୁଖ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ ପୋଲିସର ନିଷ୍କ୍ରିୟତା ଉପରେ ପଦଟିଏ ବି କହୁନାହାଁନ୍ତି । କୁନ୍ଦୁଲି, ବେବିନା, ଇତିଶ୍ରୀ, ମାଧବିଲତା ଭଳି ଷ୍ଟାଫ ନର୍ସ ନିହାରିକା ଆଜି ବଳି ପଡିଛି । ମୃତ ନିହାରିକା ନିଖୋଜ ହେବା ପରେ ନର୍ସିଂହୋମ କର୍ତ୍ତୃପକ୍ଷ ପକ୍ଷରୁ କଟକ ମଧୁପାଟଣା ଥାନାରେ ଏତଲା ଦେଇଥିଲେ । ହେଲେ ପୋଲିସ ଏତଲାକୁ କାହିଁକି ଗୁରୁତର ସହ ନେଇନଥିଲା ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ପୋଲିସର ନିଷ୍କ୍ରିୟତା ଯୋଗୁଁ 9ଦିନ ପରେ ମୃତଦେହ ମିଳିଥିଲା । ପୋଲିସ ଯଦି ଠିକ୍ ସମୟରେ ତଦନ୍ତ କରିଥାନ୍ତା ତାହାଲେ ନିହାରୀକା ଆଜି ଜୀବିତ ଥାଆନ୍ତେ ବୋଲି ଲେଖାଶ୍ରୀ କହିଛନ୍ତି ।

ସାଢେ ୪ କୋଟି ଲୋକ ମୋ ପରିବାର ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି । ଏଠି ମୃତ ନିହାରୀକା ଏବଂ ତାଙ୍କ ମା’ କଣ ମୁଖ୍ୟମନ୍ତ୍ରୀଙ୍କ ପରିବାରର ସଦସ୍ୟ ନୁହଁନ୍ତି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । କିଛିଦିନ ପୂର୍ବରୁ ୫‘ଟି’ ସଚିବ ପୋଲିସର ବ୍ୟବହାର ମାର୍ଜିତ କରିବା ପାଇଁ ଓଡିଶା ପୋଲିସ ସହ ଆଲୋଚନା କରିଥିଲେ । ପୋଲିସ କିପରି ସାଧାରଣ ଲୋକଙ୍କୁ ବ୍ୟବହାର ଠିକ୍ ଦେଖାଇବେ, ସେମାନଙ୍କ କଥା ଶୁଣିବେ, ତାଙ୍କ ଦାୟିତ୍ବ ତୁଲାଇବେ ସେ ନେଇ ବିସ୍ତୁତ ଆଲୋଚନା ହେବା ପରେ ବି ପୋଲିସ ଏଭଳି ଘଟଣାରେ କଣ କରିଛି? ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ ଉଠାଇଛନ୍ତି ।

ବିଲୁଆଖାଇ ନଦୀ ପଠାରେ ୪୦ ବର୍ଷ ତଳେ ଯେପରି ଛବିରାଣୀକୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା, ପୁଣି ଆଜି ସେହି ଘଟଣାର ପୁନଃରାବୃତ୍ତି ହୋଇଛି । ଗତ ୨୦ ବର୍ଷ ଶାସନ କାଳରେ ନବୀନ ବାବୁ କଣ ଟ୍ରାନ୍ସଫରେନ୍ସି କାର୍ଯ୍ୟ କରିଛନ୍ତି ତାହାର ଉତ୍ତର ଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରକାଶ ଯେ,ଗୁରୁବାର ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧୀ ଦଳ ମୃତ ନର୍ସ ନିହାରିକା ପାତ୍ରଙ୍କ ଘର, ମୃତଦେହ ମିଳିଥିବା ବିଲୁଆ ଖାଇ ନଦୀ ପଠା, ସେ କାର୍ଯ୍ୟରତ ଥିବା ନର୍ସିଂହୋମ ଏବଂ ଶେଷରେ ଡିଜି ଅଫିସ ଯାଇ ସରଜମିନ ତଦନ୍ତ କରି ଫେରିଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details