ଭୁବନେଶ୍ବର:ରାଜଧାନୀର ରାତ୍ରି ଆଶ୍ରୟ ସ୍ଥଳୀ ବନ୍ଦ ହୋଇ ପଡ଼ିଥିବା ସମୟର ଦୃଶ୍ୟ ଆମେ ଇଟିଭି ଭାରତରେ ଦେଖାଇ ସାରିଛୁ। ଅସହ୍ୟ ଜାଡରେ ଲୋକେ ରାଜଧାନୀର ଖୋଲା ଆକାଶରେ ରହୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ଭୁବନେଶ୍ବର ମହାନଗର ନିଗମ କହିବା ଅନୁସାରେ ବର୍ତ୍ତମାନ ଭୁବନେଶ୍ବରରେ 7 ଟି ରାତ୍ରି ଆଶ୍ରୟ ସ୍ଥଳୀ ଥିବା ବେଳେ ଅନେକ ଲୋକ ସେଠାରେ ଆଶ୍ରୟ ନେଇଛନ୍ତି ।
350 ରୁ 400 ଲୋକ ରାତିରେ ରହିଥିବା ବେଳେ ଖାଇବା , ଶୋଇବା ଓ ଟିଭିର ବି ବ୍ୟବସ୍ଥା କରାଯାଇଥିବା ବିଏମସିର ଆଡ଼ିସନାଲ କମିଶନର ସୂଚନା ଦେଇଛନ୍ତି । ରାତି ସମୟରେ ପିସିଆର ଭ୍ୟାନ ବି ଲୋକଙ୍କୁ ଆଣି ଆଶ୍ରୟସ୍ଥଳୀ ମାନଙ୍କ ଠାରେ ଛାଡୁଥିବାର କହିଛନ୍ତି।