ଓଡିଶା

odisha

ETV Bharat / city

ଆଜିଠୁ 10 ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଆଜିଠୁ ରାଜ୍ୟର ୧୦ ଜିଲ୍ଲାରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ଅଧିକ ପଢନ୍ତୁ...

ଆଜି ଠୁ 10 ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ
ଆଜି ଠୁ 10 ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

By

Published : Apr 5, 2021, 10:05 AM IST

ଭୁବନେଶ୍ବର: ଆଜିଠୁ ରାଜ୍ୟର ୧୦ ଜିଲ୍ଲାରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ଲାଗିଲା ନାଇଟ କର୍ଫ୍ୟୁ ।

ଏନେଇ ସ୍ୱତନ୍ତ୍ର ରିଲିଫ କମିଶନ ଜାରି କରିଛନ୍ତି ନିର୍ଦ୍ଦେଶନାମା । ରାତି ୧୦ ଟାରୁ ଭୋର ୫ ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ପଶ୍ଚିମ ଓଡିଶାର ୭ଟି ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲାରେ ଏହି ନାଇଟ କର୍ଫ୍ୟୁ ଜାରି ହୋଇଛି ।

ରାତ୍ରିକାଳୀନ କଟକଣାରୁ ଡାକ୍ତର ସେବା, ପାରାମେଡିକାଲ ସେବା, ନର୍ସ, ଆମ୍ବୁଲାନ୍ସ, ଆମ୍ବୁଲାନ୍ସ କର୍ମଚାରୀ,ଔଷଧ ଦୋକାନୀ,ଶିଳ୍ପ ସଂସ୍ଥାର କର୍ମଚାରୀ, ନିର୍ମାଣ ଧୀନ ୟୁନିଟର କର୍ମଚାରୀ, ବିଦ୍ୟୁତ କର୍ମଚାରୀ, ଜଳ ଯୋଗାଣ କର୍ମଚାରୀ, ମୁନିସିପାଲ କର୍ମଚାରୀ,ସରକାରୀ କାର୍ଯ୍ୟରତ କର୍ମଚାରୀଙ୍କୁ ଏହି ନାଇଟ କର୍ଫ୍ୟୁରୁ ବାଦ ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details