ଭୁବନେଶ୍ବର: Ocac ସିଇଓ ହ୍ବାଟ୍ସଆପ ହ୍ୟାକ ଘଟଣାରେ ନାଇଜେରିଆ ଲିଙ୍କ ଥିବା ନେଇ ସ୍ପଷ୍ଟ ହୋଇଛି । ଲିଙ୍କ ପଠାଇ whatsapp ଆକାଉଣ୍ଟକୁ କଣ୍ଟ୍ରୋଲ କରୁଥିଲେ ଏମାନେ । ଦିଲ୍ଲୀ ଓ ବେଙ୍ଗାଲୁରୁରୁ ଏହି ଠକମାନେ ଏମାନେ ଅପରେଟ କରୁଥିବା କ୍ରାଇମବ୍ରାଞ୍ଚ ଏଡିଜି ସ୍ପଷ୍ଟ କରିଛନ୍ତି। ନଭେମ୍ବର ୧ରେ ସମାନଢଙ୍ଗରେ ଦିଲ୍ଲୀରେ ଏଭଳି କ୍ରାଇମ କରିଥିଲେ। ସେହି କେସରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ତା ନାଁ ଚିମେଲନ ଏମାଲୁଏନ ଆନୁଏତାଲୁ ବୋଲି ଜଣାପଡିଥିଲା । ହେଲେ ଓକାକ ସିଇଓ ନାଁରେ ଠକେଇ କେସରେ ତାର ମୁଖ୍ୟ ସହଯୋଗୀ ସାମିଲ ଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।
Ocac ସିଇଓ ନାଁରେ ଠକିଛି ନାଇଜେରିଆନ ଠକ; ଦିଲ୍ଲୀ-ବେଙ୍ଗାଲୁରୁରୁ କରୁଥିଲେ ଅପରେଟ - ocac ceo
Ocac ସିଇଓ ହ୍ବାଟ୍ସ ଆପ ହ୍ୟାକ ଘଟଣାରେ ନାଇଜେରିଆ ଲିଙ୍କ ଥିବା ନେଇ ସ୍ପଷ୍ଟ ହୋଇଛି। ଲିଙ୍କ ପଠାଇ whatsapp ଆକାଉଣ୍ଟକୁ କଣ୍ଟ୍ରୋଲ କରୁଥିଲେ ଏମାନେ । ଅଧିକ ପଢନ୍ତୁ
![Ocac ସିଇଓ ନାଁରେ ଠକିଛି ନାଇଜେରିଆନ ଠକ; ଦିଲ୍ଲୀ-ବେଙ୍ଗାଲୁରୁରୁ କରୁଥିଲେ ଅପରେଟ Ocac ସିଇଓ ନାରେ ଠକିଛି ନାଇଜେରିଆନ ଠକ; ଦିଲ୍ଲୀ,ବାଙ୍ଗାଲୁରୁରୁ କରୁଥିଲେ ଅପରେଟ](https://etvbharatimages.akamaized.net/etvbharat/prod-images/768-512-13656761-thumbnail-3x2-bbsr.jpg)
Ocac ସିଇଓ ନାରେ ଠକିଛି ନାଇଜେରିଆନ ଠକ; ଦିଲ୍ଲୀ,ବାଙ୍ଗାଲୁରୁରୁ କରୁଥିଲେ ଅପରେଟ
Ocac ସିଇଓ ନାଁରେ ଠକିଛି ନାଇଜେରିଆନ ଠକOcac ସିଇଓ ନାଁରେ ଠକିଛି ନାଇଜେରିଆନ ଠକ
ସେ ମଧ୍ୟ ଦିଲ୍ଲୀ ପୋଲିସ ଦ୍ବାରା ମୋଷ୍ଟୱାଣ୍ଟେଡ ଅଛି। ସେମାନେ ଦିଲ୍ଲୀ ଓ ବେଙ୍ଗାଲୁରୁରେ ଲୋକେସନ ବଦଳାଉଥିଲେ । ଯାହାଙ୍କୁ ଧରିବା ପାଇ ଓଡିଶା କ୍ରାଇମବ୍ରାଞ୍ଚ ଦିଲ୍ଲୀ ପୋଲିସ ଓ ବେଙ୍ଗାଲୁରୁ ପୋଲିସ ସହ ଯୋଗାଯୋଗରେ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏପରି ଠକାମିରୁ କିଭଳି ବର୍ତ୍ତିବେ ସେ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାବଳୀ । ଯାହାକୁ ଅବଗତ କରାଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ