ଭୁବନେଶ୍ବର: ରାଜଧାନୀ ସ୍ଥିତ ଶ୍ରୀରାମ ମନ୍ଦିରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଗଠନ ପକ୍ଷରୁ ନିଧି ସମର୍ପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ସାରା ଭାରତରେ ମକର ସଂକ୍ରାନ୍ତିରୁ ମାଘ ସପ୍ତମୀ ପର୍ଯ୍ୟନ୍ତ ଚାଲିବ । ଅଯୋଦ୍ଧାରେ ନିର୍ମାଣ ହେଉଥିବା ରାମ ମନ୍ଦିରକୁ ଦୃଷ୍ଟିରେ ରଖି ସାରା ଭାରତରେ ଏହି ନିଧି ନିର୍ମାଣ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ଜଣାପଡିଛି ।
ରାମ ମନ୍ଦିର ପାଇଁ ନିଧି ସମର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ - ନିଧି ସମର୍ପଣ କାର୍ଯ୍ୟକ୍ରମ ଭୁବନେଶ୍ବର
ଭୁବନେଶ୍ବର ଶ୍ରୀରାମ ମନ୍ଦିରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଗଠନ ପକ୍ଷରୁ ନିଧି ସମର୍ପଣ କାର୍ଯ୍ୟକ୍ରମ ଆରମ୍ଭ । ସାରା ଭାରତରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...
ରାମ ମନ୍ଦିର ପାଇଁ ନିଧି ସମର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ
ତେବେ ଏହି କ୍ରମରେ ଓଡ଼ିଶାରେ ଦୁଇଟି ଭାଗରେ ଆୟୋଜନ କରାଯାଉଛି । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଓଡିଶା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର କାର୍ମକର୍ତ୍ତା ଘର ଘର ବୁଲି ଲୋକମାନଙ୍କ ଠାରୁ ଦାନ ଗ୍ରହଣ କରିବେ ବୋଲି ସମିତି ସମ୍ପାଦକ ଗୋପାଳ ପ୍ରସାଦ ମହାପାତ୍ର କହିଛନ୍ତି । ସେହିପରି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ 15 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଦାନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଯୋଜକ ଜୟକୃଷ୍ଣ ପୃଷ୍ଟି କହିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ
Last Updated : Jan 13, 2021, 5:03 PM IST