ଭୁବନେଶ୍ବର: ରାଜଧାନୀରେ ଏନଆଇଏ ଟିମ । ଆତଙ୍କୀ ଆକ୍ରମଣ ସମ୍ପର୍କରେ ଆଲୋଚନା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଭୁବନେଶ୍ବରରେ ପହଞ୍ଚିଥିଲା । ଏନଆଇଏ ଡିଜି ୟୋଗେଶ ଚନ୍ଦର ମୋଦି, ଏନଆଇଏ ଆଇଜି ଓ ଅଫିସିଆଲ ଓଡିଶା ପୋଲିସ ସହ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା ହୋଇଛି ।
ରାଜଧାନୀରେ ଏନଆଇଏ ଟିମ, ଫୋକସରେ ଆତଙ୍କବାଦ - ଟେରର ଆକ୍ଟିଭିଟି
ରାଜଧାନୀରେ ଏନଆଇଏ ଟିମ । ଆତଙ୍କୀ ଆକ୍ରମଣ ସମ୍ପର୍କରେ ଭୁବନେଶ୍ବର ପୋଲିସ ଭବନରେ ଚାଲିଥିଲା କର୍ମଶାଳା ।
![ରାଜଧାନୀରେ ଏନଆଇଏ ଟିମ, ଫୋକସରେ ଆତଙ୍କବାଦ](https://etvbharatimages.akamaized.net/etvbharat/prod-images/768-512-4633277-thumbnail-3x2-niajpeg.jpg)
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ଏନେଇ ଭୁବନେଶ୍ବର ପୋଲିସ ଭବନରେ ଚାଲିଥିଲା କର୍ମଶାଳା । ରାଜ୍ୟ କ୍ରାଇମବ୍ରାଞ୍ଚ , ଏସଟିଏଫ ଓ ସିଆଇଡି ସହ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସହ ଏନଆଇଏର ମିଳିତ ଉଦ୍ୟମରେ ଚାଲିଥିଲା ଏହି କର୍ମଶାଳା । ଉକ୍ତ କର୍ମଶାଳାରେ ଫୋକସରେ ରହିଥିଲା ଆତଙ୍କୀ ଆକ୍ରମଣ ସମ୍ବନ୍ଧୀୟ ଆଲୋଚନା । କର୍ମଶାଳାରେ ଟେରର ଗ୍ରୁପ ଉପରେ ଅଧିକ ଆଲୋଚନା ହୋଇଛି । କେବଳ ସେତିକି ନୁହେଁ ଟେରର ଫଣ୍ଡି, ଟେରର ଆକ୍ଟିଭିଟି, ଟେରର ଲିଙ୍କ ସମ୍ବନ୍ଧୀୟ ସମ୍ପର୍କରେ ଆଲୋଚନା ହୋଇଥିବା ନେଇ ସୂଚନା ମିଳିଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ
Last Updated : Oct 3, 2019, 12:36 PM IST