ଓଡିଶା

odisha

ETV Bharat / city

ବୀରଭୂମି ହିଂସାକାଣ୍ଡ: ଭୁବନେଶ୍ୱରରୁ ଜଣଙ୍କୁ ଉଠାଇଲା NIA - ଭୁବନେଶ୍ୱରରୁ ଜଣଙ୍କୁ ଉଠାଇଲା ଏନଆଇଏ

ପଶ୍ଚିମବଙ୍ଗ ବୀରଭୂମି ହିଂସାକାଣ୍ଡ ଘଟଣାରେ ସଂପୃକ୍ତି ଥିବା ସନ୍ଦେହରେ ଜଣଙ୍କୁ ଭୁବନେଶ୍ୱରରୁ ଉଠାଇ ନେଲା ଜାତୀୟ ତଦନ୍ତକାରୀ ସଂସ୍ଥା(NIA) । ଅଧିକ ପଢନ୍ତୁ

ବୀରଭୂମି ହିଂସାକାଣ୍ଡ: ଭୁବନେଶ୍ୱରରୁ ଜଣଙ୍କୁ ଉଠାଇଲା NIA
ବୀରଭୂମି ହିଂସାକାଣ୍ଡ: ଭୁବନେଶ୍ୱରରୁ ଜଣଙ୍କୁ ଉଠାଇଲା NIA

By

Published : May 1, 2022, 9:19 PM IST

ଭୁବନେଶ୍ବର: ପଶ୍ଚିମବଙ୍ଗ ବୀରଭୂମି ହିଂସାକାଣ୍ଡ ଘଟଣାରେ ସଂପୃକ୍ତି ଥିବା ସନ୍ଦେହରେ ଜଣଙ୍କୁ ଭୁବନେଶ୍ୱରରୁ ଉଠାଇ ନେଲା ଜାତୀୟ ତଦନ୍ତକାରୀ ସଂସ୍ଥା(NIA) । ଏହି ଚର୍ଚ୍ଚିତ ହିଂସାକାଣ୍ଡ ଘଟଣା ସଂପୃକ୍ତି ଥିବା ସନ୍ଦେହରେ ନିଜ ହେପାଜତକୁ ନେଇଛି ଏନଆଇଏ(NIA) । ରବିବାର ଏନଆଇଏ(NIA) କଟକ ଓ ଭୁବନେଶ୍ବରରେ ଛାନଭିନ୍ କରିବା ପରେ ଜଣଙ୍କୁ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ଉଠାଇ ନେଇଛି ।

ତେବେ ମଞ୍ଚେଶ୍ବର ଥାନା ଅଞ୍ଚଳରୁ ସଂପୃକ୍ତି ଲୋକକୁ ଏନଆଇଏ(NIA) ଉଠାଇବା ପରେ ଭୁବନେଶ୍ବର SDGM କୋର୍ଟରେ ହାଜର କରିବା ସହ କୋର୍ଟଙ୍କ ଅନୁମତି ପରେ ଟ୍ରାଜିଂଟ୍‌ ରିମାଣ୍ଡରେ ଭୁବନେଶ୍ବରରୁ କୋଲକାତା ନେଇଛନ୍ତି, ଉଭୟ ପଶ୍ଟମବଙ୍ଗ ପୋଲିସ ଓ ଏନଆଇଏ(NIA) ।

ସୂଚନା ଅନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖରେ ଟିଏମସିର ଜଣେ ନେତାଙ୍କ ହତ୍ୟା ପରେ ଗୋଟିଏ ପରିବାରର ୮ ଜଣଙ୍କୁ ରାଜନୈତିକ ହିଂସା କାରଣରୁ ପୋଡି ହତ୍ୟା କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହାପରେ ମାମଲାକୁ ଗୁରୁତର ଭାବେ ନେବା ସହ କୋଲକାତା ହାଇକୋର୍ଟ CBI ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details