ଭୁବନେଶ୍ବର:ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ରିପୋର୍ଟକୁ ନେଇ ଜାତୀୟ ମାନବାଧିକାର ଏନଏଚଆରସି ଅସନ୍ତୋଷ ପ୍ରକାଶ କରିଛି । ପୁଣିଥରେ 6 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ନୋଟିସ କରିଛି ଏନଏଚଆରସି ।
ନୟାଗଡ଼ ନାବଳିକାର ଆଖି ଓ କିଡନୀ ନଥିଲା । ଯାହାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା । କିଏ ନେଇଛି ଅଙ୍ଗ ଏବଂ ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏପରିକି ନାବାଳିକାର ବାପାମାଆ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିବା ପରେ ପୋଲିସ ବୁଝାସୁଝା କରି ଘରକୁ ପଠାଇଥିଲା । ପରବର୍ତ୍ତି ସମୟରେ କି କି ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ସାନି ନିର୍ଦ୍ଦେଶ ଦେଇଛନ୍ତି NHRC ।
ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚକୁ ନୋଟିସ କଲା NHRC - କ୍ରାଇମବ୍ରାଞ୍ଚକୁ ଏନଏଚଆରସି ନୋଟିସ
ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ରିପୋର୍ଟକୁ ନେଇ ଏନଏଚଆରସିଙ୍କ ଅସନ୍ତୋଷ ପ୍ରକାଶ । ସାନି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...
ବହୁ ଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚକୁ ନୋଟିସ କଲା NHRC
ନିଖୋଜ ଶିଶୁଙ୍କ ଥଇଥାନ ପାଇଁ ଏସଓପି ଜାରି କରିବ NHRC । ନିଖୋଜ ଶିଶୁଙ୍କ ପାଇଁ ରାଜ୍ୟ ସରକାର ଯଥେଷ୍ଟ ସେଲଟର ହୋମ ତିଆରି କରିବେ । ନିଖୋଜର ମାସେ ମଧ୍ୟରେ ଶିଶୁଙ୍କ ନିଖୋଜ ଏତଲା ଗୁଡିକର ମାମଲା ରୁଜୁ ହେବ ବୋଲି ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ