ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ଭାରତୀୟ ବିକାଶ ପରିଷଦର ସଭାପତି ସୁବ୍ରତ କୁମାର ଦାସ କିଛି ଦିନ ପୂର୍ବେ ପାରଳାଖେମୁଣ୍ଡିରେ ଚାକିରି କରୁଥିଲେ । ବାଲେଶ୍ୱର ଜିଲ୍ଲା ବେଗୁନିଆ ଅଞ୍ଚଳର ACF ସୋମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସେ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହାକୁ ନେଇ କେନ୍ଦ୍ର ମାନବ ଅଧିକାର କମିଶନ ରାଜ୍ୟ ଜଙ୍ଗଲ ବିଭାଗର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଓଡ଼ିଶାଙ୍କୁ ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ACF Soumya Death Case: କ୍ରାଇମବ୍ରାଞ୍ଚ ଏସପିଙ୍କୁ ତଦନ୍ତ ରିପୋର୍ଟ ମାଗିଲେ NHRC - ଏସିଏଫ ସୌମ୍ୟ ମୃତ୍ୟୁ ଘଟଣା
ACF ସୋମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କେନ୍ଦ୍ର ମାନବ ଅଧିକାର କମିଶନ କ୍ରାଇମବ୍ରାଞ୍ଚ ଏସପିଙ୍କୁ 6 ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ACF Soumya Death Case: କ୍ରାଇମିବ୍ରାଞ୍ଚ କଟକ ଏସପିଙ୍କୁ ତଦନ୍ତ ରିପୋର୍ଟ ମାଗିଲେ NHRC
ତଦନ୍ତ ରିପୋର୍ଟ ପାଇଁ କମିଶନ ବାରମ୍ବାର ନିର୍ଦ୍ଦେଶ ଦେବାପରେ କିଛିଦିନ ପୂର୍ବେ ରାଜ୍ୟ ସରକାର ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି । ଶୁକ୍ରବାର ଉକ୍ତ ତଦନ୍ତ ରିପୋର୍ଟ କମିଶନ ଦେଖିବା ପରେ ପୋଲିସ କ୍ରାଇମବ୍ରାଞ୍ଚ ଏସପି କଟକଙ୍କୁ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପାରାଳାଖେମୁଣ୍ଡିରେ ACF ଭାବେ କାର୍ଯ୍ୟରତ ଥିଲେ ସୋମ୍ୟ ରଞ୍ଜନ ମହାପାତ୍ର । ସନ୍ଦେହଜନକ ଭାବରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠି ପାରିନାହିଁ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ